ଭବାନୀପୁର ରେ ନିଜ ପୂର୍ବ ରେକର୍ଡ଼ ଭାଙ୍ଗିଲେ ଦିଦି

ଭବାନୀପୁର ଉପନିର୍ବାଚନରେ ୫୮,୮୩୨ ଭୋଟ ପାଇ ରେକର୍ଡ କରିଛନ୍ତି ଦିଦି I ୨୦୧୧ରେ ସେଇ ଆସନରୁ ପ୍ରତିଦ୍ୱନ୍ଦିତା କରି ମମତା ୫୪,୨୧୩ ଖଣ୍ଡ ଅଧିକ ଭୋଟ୍ ପାଇଥିଲେ Iକିନ୍ତୁ ଏ ଥର ୫୮,୮୩୨ ଖଣ୍ଡ ଭୋଟ ପାଇ ନିଜ ରେକର୍ଡ଼ ନିଜେ ଭାଙ୍ଗିଛନ୍ତି ଦିଦି। ୨୦୧୧ ଲଢ଼େଇଠାରୁ ଏଥର ଅଧିକ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
ବିଜୟ ପରେ ମମତା କହିଛନ୍ତି, ଆମେ ଏଥର ସମସ୍ତ ୱାର୍ଡରେ ଜିତିଛୁ।ଏହା ସହିତ ଦିଦି ଭବାନୀପୁର ର ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମମତା କହିଛନ୍ତି, ‘ଭବାନୀପୁରର ଜନସାଧାରଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ମୋତେ ୧ ଲକ୍ଷ ୧୫ ହଜାର ଭୋଟ ମିଳିଛି । ଭାବନୀପୁରର କୌଣସି ବି ଓ୍ବାର୍ଡରେ ମୁଁ ପରାଜିତ ହୋଇନାହିଁ । ଭବାନୀପୁର​‌ରେ ମୋଟ ୪୬ ପ୍ରତିଶତ ଅଣ ବଙ୍ଗାଳୀ ଥିବା ବେଳେ ସମସ୍ତେ ଆମକୁ ଭୋଟ ଦେଇଛନ୍ତି ।’ ସମଗ୍ର ବେଙ୍ଗଲର ନଜର ଭବାନୀପୁର ଉପରେ ଥିଲା। ବିଜୟୀ ପାଇଁ ମୁଁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଉଛି । ସେ ଆହୁରି କହିଛନ୍ତି, ମୋ ବିରୋଧରେ ଅନେକ ଷଡ଼ଯନ୍ତ୍ର ହୋଇଥିଲା। ନନ୍ଦିଗ୍ରାମରେ ପ୍ରଚାର ଅଭିଯାନରେ ଆହତ ହୋଇଥିଲେ ମମତା।
ଟିଏମସି ସଂଯୋଜକ ଆଶିମ୍ ବସୁ କହିଛନ୍ତି , ଏହି ୱାର୍ଡ ମିନି ଭାରତକୁ ପ୍ରତିନିଧିତ୍ୱ କରୁଛି। ଏଠାରେ ଆମର ସମସ୍ତ ସମ୍ପ୍ରଦାୟ ଅଛନ୍ତି ଏବଂ ଦିଦି ଏକ ବଡ଼ ବ୍ୟବଧାନରେ ଜିତିଛନ୍ତି। ଏହା ପ୍ରମାଣ କରେ ଯେ, ମମତା ମିନି ଭାରତରୁ ବିପୁଳ ସମର୍ଥନ ପାଇଛନ୍ତି। ଏହି ସୋ’ ଆଗକୁ ଜାରି ରହିବ ବୋଲ ସେ କହିଛନ୍ତି।
ଗଣମାଧ୍ୟମ କୁ ସୂଚନା ଦେଇ ମମତା କହିଛନ୍ତି କି ମୁଁ ବିଜୟ ଚିହ୍ନ (ଭି) ଦେଖାଇବି ନାହିଁ । ବିଜୟ ପାଇଁ ମୁଁ ୩ଟି-ଆଙ୍ଗୁଠି ଚିହ୍ନ ଦେଖାଇବି କାରଣ ମୁଁ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରୁନାହିଁ। ଜାଙ୍ଗିପୁର ଏବଂ ସାମସରଗୁଞ୍ଜରେ ମୋର ସହକର୍ମୀମାନେ ମଧ୍ୟ ଜିତୁଛନ୍ତି ବୋଲି ସେ କହିଛନ୍ତି।
ମମତା ଙ୍କ ବିଜୟ ପାଇଁ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ଏବଂ କଂଗ୍ରେସର କିର୍ତ୍ତୀ ଆଜାଦ ମମତା ଙ୍କୁ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଗୋଆ ଠାରୁ ତ୍ରିପୁରା ପର୍ଯ୍ୟନ୍ତ ଟିଏମସି ସମର୍ଥକ ଏବଂ କର୍ମୀମାନେ ବିଜୟ ଉତ୍ସବ ପାଳିଛନ୍ତି।ପରାଜୟକୁ ସ୍ୱୀକାର କରିବା ସହ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲ ମମତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

(ଫୋଟୋ ସୌଜନ୍ୟ :ଗୁଗୁଲ)

Comments (0)
Add Comment