ଅଭିଯୋଗ ନ ଶୁଣିବାରୁ ଜିଲ୍ଲାପାଳ ଓ ଏସ୍‌ପି ଙ୍କ ଆଗରେ ବିଷ ପିଇଲେ ଦିବ୍ୟାଙ୍ଗ

ବାରମ୍ୱାର ଗୁହାରି କଲେ। ହେଲେ କେହି ଶୁଣିଲେ ନାହିଁ। ଏଥିପାଇଁ ମଗାଗଲା ଲାଞ୍ଚ। ଜଣେ ୯୦ ପ୍ରତିଶତ ଦିବ୍ୟାଙ୍ଗ ବ୍ୟକ୍ତି ଲାଞ୍ଚ ଦେବାକୁ ଅସହାୟତା ପ୍ରକାଶ କଲେ ମଧ୍ୟ ତାଙ୍କ ଗୁହାରି କେହି ଶୁଣିଲେନି। ସବୁଆଡୁ ନିରାଶ ହେବା ପରେ ଆଜି ସେ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଏସ୍‌ପିଙ୍କ ସମ୍ମୁଖରେ ବିଷ ପିଇଦେଲେ।

ଅଭିଯୋଗ ନ ଶୁଣିବାରୁ ମାନସିକ ଭାରସାମ୍ୟ ହରାଇ ବିଷ ପିଇଲେ ଦିବ୍ୟାଙ୍ଗ I ଘଟଣା ଘଟିଛି ଗଂଜାମ ଜିଲ୍ଲା ଦିଗ ପହଣ୍ଡିରେ I ବିଷ ପିଇଥିବା ଦିବ୍ୟାଙ୍ଗ ହେଉଛନ୍ତି କୁଶପଡ଼ା ବ୍ଲକ ପତାଣ୍ଡ ପୋଷ୍ଠ ଗାଁର ବାଳକୃଷ୍ଣ ଦୋରା I ସେ ହେଉଛନ୍ତି ଜଣେ ୯୦ ପ୍ରତିଶତ ଦିବ୍ୟାଙ୍ଗ I
ସୋମବାର ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ହୋଇଥିଲା ମିଳିତ ଜନ ଶୁଣାଣି। ଏଥିରେ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ସମେତ ଅଧିକାଂଶ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଏ ସମ୍ପର୍କରେ ଜାଣିପାରି ବାଳକୃଷ୍ଣ ଦୋରା ଗୁହାରି କରିବାକୁ ଆସିଥିଲେ। ଜମି ଡ଼ିମାର୍କେସନ ପାଇଁ ବାରମ୍ବାର ଗୁହାରୀ ସତ୍ତେ୍‌ ଆଜି ଦିଗପହଣ୍ଡି ବ୍ଲକ୍ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଚାଲିଥିବା ସମୟରେ ଏପରି ଘଟଣା ଘଟିଛି ।ବିଷ ପିଇଥିବା ବାଳକୃଷ୍ଣ ଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଥାନା ଭ୍ୟାନ୍‌ରେ ବସାଇ ଆଇଆଇସି ଦିପ୍ତିରଞ୍ଜନ ବେହେରା ଓ ବିଡ଼ିଓ ହଳଧର ଶବର ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ସ୍ୱାସ୍ଥ୍ୟବସ୍ଥା ଅତି ଜଟିଳ ହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।ଏହି ଜମିକୁ ଫେରାଇ ଆଣିବା ପାଇଁ ଡିମାର୍କେସନ୍‌ କରିଥିଲେ। ଆର୍‌ଆଇ ଜମି ମାପିବାକୁ ଆସି ଲାଞ୍ଚ ମାଗିଥିବା ଜିଲ୍ଲାପାଳଙ୍କଠାରେ ବାଳକୃଷ୍ଣ ଅଭିଯୋଗ କରିଥିଲେ। ତେବେ ସବୁଆଡୁ ନିରାଶ ହେବାପରେ ବାଳକୃଷ୍ଣ ବାହାରକୁ ଆସି ପାଖରେ ରଖିଥିବା ବିଷ ପିଇ ଦେଇଥିଲେ।