ଅଲଗା ହେବେନି ଧନୁଷ ଏବଂ ଐଶ୍ୱର୍ଯ୍ୟା

ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ଧନୁଷ ତାଙ୍କ ଚଳଚ୍ଚିତ୍ର ତଥା ବ୍ୟକ୍ତିଗତ ଜୀବନ ପାଇଁ କିଛି ଦିନ ପୂର୍ବରୁ ଚର୍ଚ୍ଚାକୁ ଆସିଥିଲେ I ଚଳିତ ବର୍ଷ ଜାନୁଆରୀରେ ସେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ। ସେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ, ଏହା ଦୁହିଁଙ୍କର ସୋସିଆଲ ମିଡିଆ ପୋଷ୍ଟ ରୁ ଜଣାପଡିଥିଲା I ଏପରିକି ସେ ପ୍ରଶଂସକଙ୍କୁ ଜଣାଇଥିଲେ ଏବଂ ଏହା ମଧ୍ୟ କହିଥିଲେ ଯେ ସେମାନଙ୍କର ଗୋପନୀୟତାକୁ ସମ୍ମାନ ଦିଅନ୍ତୁ। ପ୍ରଶଂସକଙ୍କ ପାଇଁ, ଏହି ଖବର ଏକ ବଡ଼ ଝଟକା ଦେଇଥିଲା I ଧନୁଷ ରଜନୀକାନ୍ତଙ୍କ ଝିଅ ଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ । ଏବେ ଖବର ଆସୁଛି ଯେ ଧନୁଷ ଏବଂ ଐଶ୍ଵର୍ଯ୍ୟା ସେମାନଙ୍କ ସମ୍ପର୍କକୁ ଆଉ ଏକ ସୁଯୋଗ ଦେବାକୁ ଚାହୁଁଛନ୍ତି।

ଧନୁଷ ଏବଂ ଐଶ୍ଵର୍ଯ୍ୟାଙ୍କୁ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଆଦର୍ଶ ଦମ୍ପତି ଭାବରେ ବିବେଚନା କରାଯାଉଥିଲା I ଏଥି ସହିତ, ସେମାନଙ୍କ ଛାଡପତ୍ର ଖବର ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା, କିବର୍ତ୍ତମାନ ଖବର ଆସୁଛି ଐଶ୍ୱର୍ଯ୍ୟା ଏବଂ ତାଙ୍କ ସ୍ୱାମୀ ଧନୁଷ ଅଲଗା ହେବାକୁ ଚାହୁଁ ନାହାନ୍ତି। ଦୁହେଁ ଏହି ବିଚାରକୁ ଅଧିକ ସମୟ ଦେବାକୁ ଚାହୁଁଛନ୍ତି । ରିପୋର୍ଟ ଅନୁଯାୟୀ, ଉଭୟ ଛାଡପତ୍ର ପ୍ରକ୍ରିୟା ବନ୍ଦ କରୁଛନ୍ତି। ଉଭୟ ସେମାନଙ୍କର ବ୍ୟକ୍ତିଗତ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ । କୁହାଯାଉଛି ଯେ ଦୁହେଁ ପରିବାର ସଦସ୍ୟ ରଜନୀକାନ୍ତଙ୍କ ଘରେ ବସି କଥାବାର୍ତ୍ତା ହୋଇଥିଲେ। ଏଠାରେ ନିଷ୍ପତ୍ତି ନିଆଯାଇଛି ଯେ ସବୁ ସମସ୍ୟାର ସମାଧାନ ଉଭୟଙ୍କ ଦ୍ୱାରା ସମାଧାନ ହେବ। ଉଭୟ ବଡମାନଙ୍କ ସମ୍ମାନରେ ପଜିଟିଭ୍‌ ନିଷ୍ପତ୍ତି ନେବାକୁ ଚେଷ୍ଟା କରିବେ ।

ସୂଚନାନୁଯାୟୀ ସୁପରଷ୍ଟାର ଧନୁଷ ସବୁବେଳେ ନିଜ କାମରେ ବ୍ୟସ୍ତ ରହିବା ହେତୁ ପରିବାରକୁ ସମୟ ଦେଇପାରୁ ନଥିଲେ I ଯେଉଁଥିପାଇଁ ତାଙ୍କ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଦୂରତା ବଢିଯାଇଥିଲା I ଏହି କାରଣରୁ ବିବାହର ୧୮ ବର୍ଷପରେ ଦୁହେଁ ଛାଡ଼ପତ୍ର ନେବାକୁ ନିଷ୍ପତି ନେଇଥିବା ବିଷୟ ସୋସିଆଲ ମିଡ଼ିଆ ପୋଷ୍ଟରୁ ଜଣାପଡିଥିଲା I କିନ୍ତୁ ବର୍ତ୍ତମାନ ସେମାନଙ୍କ ବୈବାହିକ ଜୀବନରେ ଏକାଠି ରହିବାକୁ ଆଉଥରେ ନିଷ୍ପତି ନେଇଛନ୍ତି I