୧୦ରୁ ଭକ୍ତଙ୍କୁ ଶ୍ରୀ ମନ୍ଦିର ପ୍ରବେଶ ମନା:ଆଜି ଜନ ସମୁଦ୍ର ପାଲ ଟିଲା ବଡ଼ଦାଣ୍ଡ

ରାଜ୍ୟରେ କରୋନା ସଂକ୍ରମଣ ର ଅହେତୁକ ବୃଦ୍ଧି କୁ ନେଇ ରାଜ୍ୟ ସରକାର ଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି I ସେହି ଅନୁସାରେ ଗତକାଲି ଛତିଶାନିଯୋଗ କମିଟି ଓ ଶ୍ରୀମନ୍ଦିର ପ୍ରଶାସନର ବୈଠକ ର ନିଷ୍ପତି ଅନୁଯାୟୀ ଶ୍ରଦ୍ଧାଳୁ ଙ୍କ ପାଇଁ ଆସନ୍ତା ଜାନୁଆରୀ ୧୦ରୁ ୩୧ ତାରିଖ ଯାଏଁ ଶ୍ରୀମନ୍ଦିର ପ୍ରବେଶ ନିଷେଧ କରାଯାଇଛି ଇ ଏହି ନିୟମ ଆସନ୍ତା ସୋମବାରଠାରୁ ଲାଗୁ ହେବାକୁ ଥିବାବେଳେ,ଆସନ୍ତା କାଲି ରବିବାର ମନ୍ଦିର ମନ୍ଦିର ସାନିଟାଇଜେସନ ପାଇଁ ଭକ୍ତଂକ ପ୍ରବେଶ ବାରଣ କରାଯାଇଥାଏ । ତେଣୁ ଶ୍ରଦ୍ଧାଳୁ ଙ୍କ ପାଇଁ ଆଜି ହେଉଛି ଶେଷ ଦର୍ଶନ I ସେଥିପାଇଁ ଆଜି ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇ ବଡ଼ ଦାଣ୍ଡ ଜନ ସମୁଦ୍ର ପାଲଟି ଯାଇଥିଲା ଇ ଯେତେ ଦିନ ଅଧିକ ବଢୁଥାଏ ସେହି ଅନୁସାରେ ତାଳ ଦେଇ ଭକ୍ତ ଙ୍କ ଗହଳି ବଢି ଚାଲିଥାଏ I ତେଣୁ ସିଂହଦ୍ୱାରଠୁ ପ୍ରାୟ ୫୦୦ ମିଟର ଯାଏଁ ଲମ୍ବିଥିବା ବ୍ୟାରିକେଡ୍‌ ଭିତରେ ସୀମିତି ରହିନଥିଲେ ଶ୍ରଦ୍ଧାଳୁ। ରାତି ୯ଟାରୁ ନାଇଟ୍‌ କର୍ଫ୍ୟୁ ଆରମ୍ଭ ହେବାକୁ ଥିବାରୁ ସନ୍ଧ୍ୟା ପ୍ରାୟ ୬ଟା ପରେ ଅଣାୟତ ହୋଇଥିଲା ସ୍ଥିତି। ଅନେକ ଭକ୍ତଙ୍କ ଧର୍ଯ୍ୟଚ୍ୟୁତ ଘଟିବାରୁ ଧାଡ଼ି ଭାଙ୍ଗି ସୁଅ ଭଳି ଶ୍ରୀମନ୍ଦିର ଭିତରକୁ ମାଡ଼ି ଚାଲିଥିଲେ। ଅସମ୍ଭାଳ ଭିଡ଼ ମଧ୍ୟରେ ପ୍ରବେଶ ପଥରେ ଭକ୍ତ ଙ୍କ ପୋଲିସ ଚେକିଂ ମଧ୍ୟ ହୋଇ ପାରି ନଥିଲା I
ଏପଟେ କରୋନା ସଂକ୍ରମଣ ବୃଦ୍ଧି ପରେ ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାର ଲୋକଙ୍କ ପାଇଁ ଶବଦାହ ଉପରେ ପୁଣି କଟକଣା ଲଗାଇଛି।

Comments (0)
Add Comment