ଢିଙ୍କିଆ ଗଣ୍ଡଗୋଳ ର ମୁଖ୍ୟ କାର୍ପଟଦାର ଦେବେନ୍ଦ୍ର ସ୍ୱାଇଁ ଗିରଫ

ଆଜି ପାରାଦୀପ ନିକଟ ଢ଼ିଙ୍କିଆରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ହୋଇଥିଲା ମୁହାଁମୁହିଁ ସଂଘର୍ଷ I ଫଳରେ ସେଠାକାର ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିଲା I ଏ ପର୍ଯ୍ୟନ୍ତ ଗାଁ ରେ ଚାପା ଉତ୍ତେଜନା ଦେଖାଯାଉଛି I ତେବେ ଏହି ଗଣ୍ଡଗୋଳ ର ମୁଖ୍ୟ ପୁରୋଧା କୁହାଯାଉଥିବା ପୂର୍ବତନ ସମିତି ସଭ୍ୟ ଦେବେନ୍ଦ୍ର ସ୍ୱାଇଁ ଙ୍କୁ ଗିରଫ କରିଛି ପୁଲିସ୍। ଏ ସମ୍ପର୍କରେ ଜତସିଂହପୁର ଜିଲ୍ଲା ଅତିରିକ୍ତ ଏସ୍‌ପି ଉମେଶ ପଣ୍ଡା ସୂଚନା ଦେଇଛନ୍ତି ।

ସୂଚାନୁସାରେ ଆଜି ପ୍ରସ୍ତାବିତ JSW ପ୍ରକଳ୍ପ ର ଜମି ଅଧିଗ୍ରହଣ ପାଇଁ ଢିଙ୍କିଆରେ ପ୍ରଶାସନ ତରଫରୁ ପାନ ବରଜ ଉଚ୍ଛେଦ କରାଯାଉଥିବା ବେଳେ ଏହାକୁ ବିରୋଧ କରିଥିଲେ ଗ୍ରାମବାସୀ। ଫଳରେ ଏହି ସମୟରେ ପୁଲିସ୍ ଏବଂ ଗ୍ରାମବାସୀ ଙ୍କ ମଧ୍ୟରେ ଗଣ୍ଡଗୋଳ ର ସୂତ୍ରପାତ ହୋଇଥିଲା। ତେବେ ପାନ ବରଜ ଉଛେଦ କୁ ବିରୋଧ କରି ଗ୍ରାମବାସୀ ଙ୍କ ତରଫରୁ ରାଲି ବାହାର କରାଯାଉଥିଲା I ଏହି ସମୟରେ ସମୟରେ ପୋଲିସ ତାଙ୍କୁ ରାଲି ପାଇଁ ଲାଇସେନ୍ସ ମାଗିଥିଲେ। ସେମାନଙ୍କ ପାଖରେ ରାଲି ପାଇଁ ଅନୁମତି ନଥିଲା। ତେଣୁ ସେମାନଙ୍କୁ ଫେରି ଯିବାକୁ କୁହାଯାଇଥିଲା। ତେବେ ସେମାନେ ମାନି ନଥିଲେ ଓ ପୁଲିସ୍‌କୁ ଠେଲାପେଲା କରିଥିଲେ। ଏହା ପରେ ଘଟଣା ଉଗ୍ରରୂପ ଧାରଣ କରିଥିଲା I ପରିସ୍ଥିତି କୁ ନିଜ ଆୟତରେ ରଖିବା ପାଇଁ ପୁଲିସ୍ ସେଠାରେ ଲାଠିଚାର୍ଜ କରିଥିଲା। ଏଥିରେ କିଛି ଗ୍ରାମବାସୀ ଆହତ ହୋଇଥିବା କୁହାଯାଉଛି। ସେହିପରି ଲୋକଙ୍କ ଆକ୍ରମଣରେ କିଛି ପୁଲିସ୍ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ଶେଷରେ ବାଧ୍ୟ ହୋଇ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା I

Comments (0)
Add Comment