ଅଧାରେ ରହିଲା ଦେବ ଦର୍ଶନ: ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୮ ମୃତ

ନୂଆଦିଲ୍ଲୀ: ଠାକୁର ଦର୍ଶନ ପାଇଁ ଯାଉଥିବା ବେଳେ ବାଟରେ ଜଗିଥିଲା ଯମ। ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲା ଚିଲାକାଲାଡୋନାରେ ଆଜି ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, କର୍ଣ୍ଣାଟକ ଚିକ୍କାମାଗାଲୁରୁ ଅଞ୍ଚଳର କିଛି ଶ୍ରଦ୍ଧାଳୁ ଆନ୍ଧ୍ରପ୍ରଦେଶର ମନ୍ତ୍ରାଲୟମ୍‌ ସ୍ଥିତ ଶ୍ରୀ ରାଘବେନ୍ଦ୍ର ସ୍ବାମୀ ମନ୍ଦିର ଦର୍ଶନ ପାଇଁ ଆସୁଥିଲେ। ମାତ୍ର ଚିଲାକାଲାଡୋନା ନିକଟରେ ସେମାନଙ୍କ ବୋଲେରୋଟି ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଅନ୍ୟ ୩ ଜଣ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆହତମାନଙ୍କୁ ତୁରନ୍ତ ୟେମିଗନୁର ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

Dev Darshan in the middle: Tragic road accident in Andhra Pradesh