କୃଷି ଆଇନ ପ୍ରତ୍ୟାହାର ଘୋଷଣା ସତ୍ତ୍ୱେ ଚାଷୀଙ୍କ ଆନ୍ଦୋଳନ ଜାରି ରହିବ

କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର ହେବ ବୋଲି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଦୀର୍ଘ ଦିନ ହେଲା କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀମାନେ ଏହି ବଡ଼ ବିଜୟରେ ଖୁସି ହେବା ସହ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। କିନ୍ତୁ ତତ୍କାଳ ଭାବେ ଆନ୍ଦୋଳନ ବନ୍ଦ ହେବନି ବୋଲି ସେମାନେ କହିଛନ୍ତି। ଏଥିସହ ଏମଏସପି ଉପରେ ଆଇନଗତ ମାନ୍ୟତା ଦାବି କରିଛନ୍ତି।ମୋଦି ଆଜି କୃଷି ଆଇନ ପ୍ରତ୍ୟାହାର କରିବା ସମୟରେ ଏମଏସ୍‌ପିକୁ ଅଧିକ ପ୍ରଭାବୀ କରିବା ପାଇଁ ସ୍ୱତନ୍ତ୍ର କମିଠି ଗଠନ କରାଯିବ ବୋଲି କହିଛନ୍ତି। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟର ପ୍ରତିନିଧି ରହିବେ। ଏହି ଘୋଷଣା ସତ୍ତ୍ୱେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି। ତେବେ ସମସ୍ତ କୃଷି ଜାତୀୟ ଦ୍ରବ୍ୟ ଉପରେ ଏମଏସ୍‌ପିର ଆଇନଗତ ମାନ୍ୟତା ମିଳିବା ଦରକାର। ଏହା ଚାଷୀଙ୍କର ଗୁରୁତ୍ୱପୂର୍ଣ୍ଣ ଦାବି, ଯାହା ଏଯାଏ ପେଣ୍ଡିଂ ରହିଛି ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଏବେ ମୋର୍ଚ୍ଚା ପକ୍ଷରୁ ବୈଠକ ଡକାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।
ଅନ୍ୟପଟେ ପ୍ରଧାନ ମନ୍ତ୍ରୀ ମୋଦି କହିଛନ୍ତି କି ଆମ ପଟୁ କିଛି ଭୁଲ ରହିଯାଇଥିବାରୁ ଆମେ କୃଷକ ଭାଇ ମାନଙ୍କୁ ଏହି କୃଷି ଆଇନ ର ସଫଳତା ବିଷୟ ରେ ବୁଝାଇବାରେ ବିଫଳ ହେଲୁ I

Comments (0)
Add Comment