ରାଜଧାନୀରେ ବଢି ଚାଲିଛି ଡେଙ୍ଗୁ

ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଅଣାୟତ୍ତ ହେଲାଣି । ଆଜି ପୁଣି ଆଉ ୪୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ହୋଇଛନ୍ତି I ଏହାକୁ ମିଶାଇ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୮୮୦ କୁ ବୃଦ୍ଧି ପାଉଥିବାବେଳେ ବିଏମସିର ସଫେଇ ଅଭିଯାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଡେଙ୍ଗୁକୁ ନିୟନ୍ତ୍ରଣ କରିବାରେ ବିଏମସି ବିଫଳ ହୋଇଛି ବୋଲି ବିଜେପି ମଧ୍ୟ କ୍ରମାଗତ ଭାବେ ସରକାରଙ୍କୁ ଟାର୍ଗେଟ୍ କରିବାରେ ଲାଗିଛି।ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଆଜି ମିଳିଥିବା ସୂଚନା ଅନୁସାରେ, ଗତ ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୪୬ଜଣ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହିତ ରାଜଧାନୀରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୮୭୭କୁ ବୃଦ୍ଧି ପାଇଛି। ବିଏମସି ଅଂଚଳରେ ସଚେତନତା ଓ ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି। ୭୫୮୧ଟି ଘରୁ ୩୧୪୯୬ଜଣ ଲୋକଙ୍କଠୁ ତଥ୍ୟ ସଂଗ୍ରହ କରାଯାଇଛି । ସମ୍ଭାବ୍ୟ ମଶା ବୃଦ୍ଧି ଆଶଙ୍କା ଥିବା ୨୫୮୬୭ଟି ସ୍ଥାନରେ ସଫେଇ କରାଯାଇ ସେସବୁକୁ ପରିଷ୍କାର କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କ୍ୟାପିଟାଲ ହସ୍ପିଟାଲରେ ୨ଟି ଡେଙ୍ଗୁ ୱାର୍ଡ ଖୋଲାଯାଇଛି । ଏହାସହିତ ଡେଙ୍ଗୁ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ମାଗଣା ଟେଷ୍ଟିଂ ସୁବିଧା ମଧ୍ୟ କରାଯାଇଛି ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

Comments (0)
Add Comment