ବେକାବୁ ହେବାରେ ଲାଗିଛି ଡେଙ୍ଗୁ

ରାଜଧାନୀରେ ବେକାବୁ ହେବାରେ ଲାଗିଛି ଡେଙ୍ଗୁ କରୋନା ପ୍ରକୋପ କମୁ ନ ଥିବା ବେଳେ ଏବେ ଡେଙ୍ଗୁ ଦିନକୁ ଦିନ କାୟା ବିସ୍ତାର କରି ମାଡି ଚାଲିଛି । ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱରରେ ୫୦ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ,ଏହା ବିଏମ୍‌ସି ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଛିଡ଼ା ହୋଇଛି। । ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧୪କୁ ବୃଦ୍ଧି ପାଇଛି। ଡେଙ୍ଗୁ ପ୍ରକୋପକୁ ରୋକିବା ପାଇଁ ବିଏମ୍‌ସି ସଫେଇ ଓ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିଛି । ସାଧାରଣତଃ ଡେଙ୍ଗୁ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରୁହେ। କିନ୍ତୁ ଶୈଳଶ୍ରୀବିହାର ଓ ନିଳାଦ୍ରୀ ବିହାରକୁ ବାଦ୍‌ ଦେଇ ମଧ୍ୟ ଏକାଧିକ ସ୍ଥାନରୁ ବହୁ ସଂଖ୍ୟାରେ ହେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି, ଯାହାକି ବିଏମ୍‌ସି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।
୮୧୫ ସ୍ଥାନରେ ଏଡିସ୍ ମଶାର ଲାର୍ଭାକୁ ନଷ୍ଟ କରାଯାଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି । ଘରେ ମଧ୍ୟ ସଫେଇ ପରି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। ଘରେ ପାଣି ରଖିଥିବା ପାତ୍ର, ଟାଙ୍କି ଓ କୁଲରକୁ ୨ରୁ ୩ ଦିନରେ ଥରେ ସଫା କରି ପାଣି ବଦଳାଇବାକୁ କୁହାଯାଇଛି। ଏବଂ ଡେଙ୍ଗୁ ର ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କୁହାଯାଇଛି।

Comments (0)
Add Comment