ପୁରୀରେ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ

ଦୀର୍ଘ ଦିନପରେ ଶ୍ରୀମନ୍ଦିର ୭୫ମିଟର ପରିଧି ମଧ୍ୟରୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। ଶ୍ରୀମନ୍ଦିରର ଦକ୍ଷିଣ ପଶ୍ଚିମ କୋଣ ଗାଣ୍ଡୁଆଚୋରା ଛକ ସନ୍ନିକଟ ବାସେଳୀସାହୀ ମୌଜାରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି।
ବାସେଳୀସାହୀ ମନ୍ଦିର ନିକଟରେ ଥିବା ତିନୋଟି ପ୍ଲଟରେ ଥିବା କୋଠାକୁ ଉଚ୍ଛେଦ କରାଯାଉଛି । ଉଚ୍ଛେଦ କାର୍ଯ୍ୟରେ ଗୋଟିଏ ଜେସିବି ସହିତ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି । ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଚ୍ଛେଦ କାର୍ଯ୍ୟଜାରୀ ରହିଛି ।

Comments (0)
Add Comment