ରସାବଳୀ କୁ ଜି.ଆଇ.ଟ୍ୟାଗ ମାନ୍ୟତା ଦାବି

କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀକୁ ଜି.ଆଇ.ଟ୍ୟାଗ ମାନ୍ୟତା କରିବାକୁ ଦାବି କରିଛନ୍ତି ୩ ସାଂସଦ । ସୁବାଷ ସିଂହ ନେତୃତ୍ୱରେ ରାଜ୍ୟସଭା ସାଂସଦ ମୁନା ଖାନ ଓ ମମତା ମହନ୍ତ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ତାଙ୍କ ପାର୍ଲିଆମେଣ୍ଟ କାର୍ଯ୍ୟଳରେ ଭେଟି ଏହା ଦାବି କରିଛନ୍ତି । କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଊ ଙ୍କ ମୁଖ୍ୟ ପ୍ରସାଦ

ରସାବଳୀକୁ ଜି .ଆଇ. ଟ୍ୟାଗ କରିବା ପାଇଁ ଦାବି କରିବା ସଂଗେ ସଂଗେ ମନ୍ତ୍ରୀ ମହୋଦୟକୁ ଏକ ସ୍ମାରକୀ ପତ୍ର ପ୍ରଦାନ କରିଛନ୍ତି । ଦେଶ ଓ ରାଜ୍ୟର ପ୍ରମୁଖ ପ୍ରଦର୍ଶନୀ ଓ ଓଡିଶା ପ୍ରସିଦ୍ଧ ବାଲିଯାତ୍ରାରେ ରସାବଳୀ ପ୍ରଦର୍ଶିତ ହୋଇ ଆଦୃତ ହୋଇପାରିଛି । ଦିଲ୍ଲୀରୁ ଓଡିଶା ପୁର ପଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ ଯାନୀ ଯାତ୍ରା, ମେଳା ଓ ପ୍ରଦର୍ଶନୀ ମାନଙ୍କରେ ରସାବଳୀ ପ୍ରଦର୍ଶିତ ହୋଇ ଆଦୃତ ହୋଇପାରିଛି । କେନ୍ଦ୍ରାପଡାର ରସାବଳୀକୁ ଜି ଆଇ ଟ୍ୟାଗ ମିଳିଲେ, ଏହା ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇପାରିବା ସହିତ ଦେଶ ବିଦେଶରେ ମଧ୍ୟ ଆଦୃତ ହୋଇ ପାରିବ ।

Comments (0)
Add Comment