ଚର୍ଚ୍ଚାରେ ଆୟୁଷ୍ମାନ ଖୁରାନାଙ୍କ ଛେନାପୋଡ଼ ଟ୍ବିଟ୍ । ଛେନାପୋଡ଼ ଆଉ ନୟାଗଡ଼ କି ଓଡ଼ିଶାରେ ସୀମିତ ନାହିଁ । ରାଜ୍ୟ ବାହାରେ, ଦେଶରେ ଏପରିକି ବଲିଉଡ଼ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ଲୋକପ୍ରିୟତା ବୃଦ୍ଧି ପାଇଛି। ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଛେନାପୋଡ଼କୁ ନେଇ ଏକ ଟ୍ବିଟ୍ ଓଡ଼ିଶାବାସୀଙ୍କୁ ଉତ୍ସାହିତ କରିଛି। ଏହା ପରେ ଛେନାପୋଡ଼କୁ ଏକ ସ୍ୱତନ୍ତ୍ର ଓ ସ୍ବାଦିଷ୍ଟ ମିଷ୍ଟାନ୍ନ ଭାବେ ସ୍ୱୀକୃତ ଦେବା ନେଇ ଉଠୁଛି ଦାବି । ଆୟୁଷ୍ମାନ ଯାଜପୁର ମହୋତ୍ସବରେ ଯୋଗ ଦେବାକୁ ଓଡ଼ିଶା ଆସିଥିବା ବେଳେ ଛେନାପୋଡ଼ ଖାଇଥିଲେ । ଛେନାପୋଡ଼ର ଏକ ଫଟୋ ପୋଷ୍ଟ କରି ଉଲ୍ଲେଖ କରିଥିଲେ, ‘ଛେନାପୋଡ଼ର ଏହି ପୋଡ଼ା ଅଂଶ ମୋ ଜୀବନର ‘ଡାର୍କ ସାଇଡ୍ (ଦୁଃଖ ମୁହୂର୍ତ୍ତ)’କୁ ସଫଳତାର ସହ ଏଡ଼ାଇ ଦେଉଛି।’
କିଛିଦିନ ତଳେ ଆୟୁଷ୍ମାନ ଓଡିଶା ଆସିଥିବାବେଳେ ଯାଜପୁର ମହୋତ୍ସବରେ ଯୋଗ ଦେଇଥିଲେ । ଆୟୁଷ୍ମାନ ଛେନାପୋଡ଼ ଖାଇଥିବାବେଳେ ସେ ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରିଥିଲେ । ‘ଛେନାପୋଡ଼ର ଏହି ପୋଡ଼ା ଅଂଶ ତାଙ୍କର ଖୁବ୍ ପସନ୍ଦ ଥିଲା । ଆୟୁଷ୍ମାନଙ୍କ ଏହି ଟ୍ୱିଟ ପରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲା।
ଛେନା ପୋଡ଼ର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଜିଆଇ ଟ୍ୟାଗ ମିଳିବା ଉଚିତ ବୋଲି ଲୋକେ କହିଛନ୍ତି । ପୂର୍ବରୁ ନୟାଗଡ଼ ଜିଲ୍ଲାର ଲୋକମାନେ ନିଜ ଜିଲ୍ଲାର ପରିଚୟ ‘ଛେନା ପୋଡ’ ପାଇଁ ଜିଆଇ ଟ୍ୟାଗ୍ ଦାବି କରିଆସୁଛନ୍ତି ।ହେଲେ ଏହି ମିଠାକୁ ନେଇ ଜିଆଇ ଟ୍ୟାଗ୍ ଦେବାକୁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି। ଏ ଦିଗରେ ଉଚିତ୍ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ନୟାଗଡ଼ବାସୀ।