ଆଜି ଦିଲ୍ଲୀ ମେୟର ନିର୍ବାଚନ

ସରଗରମ ହେଉଛି ଦିଲ୍ଲୀ ରାଜନୀତି । ଦିଲ୍ଲୀ ମହାନଗର ନିଗମ ମେୟର ପଦ ନିମନ୍ତେ ବୁଧବାର ଭୋଟ ହେବ । ମେୟର ପଦ ସହିତ ଡେପୁଟି ମେୟର ଓ ବିଭିନ୍ନ ଷ୍ଟାଣ୍ଡିଂକମିଟି ନିମନ୍ତେ ନିର୍ବାଚନ ହେବ । ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ନିର୍ବାଚନରେ ମନୋନୀତ ସଦସ୍ୟମାନେ ଭୋଟ ଦେଇପାରିବେ ନାହିଁ । ଏମସିଡି ନିର୍ବାଚନକୁ ନେଇ ଦିଲ୍ଳୀ ସହର ଏବେ ଚଳଚଞ୍ଚଳ ହୋଇଛି ।

ମେୟର ପଦ ହାତେଇବା ଲାଗି ବିଜେପି ପାଖରେ ଆବଶ୍ୟକ ସଂଖ୍ୟକ କର୍ପୋରେଟର ନଥିଲେ ମଧ୍ୟ ଏଥିପାଇଁ ଆଶାୟୀ ରହିଛି । ୨୫୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ଏମସିଡିରେ ବିଜେପିର ୧୦୫ ସଦସ୍ୟ ଅଛନ୍ତି । ଆମ ଆଦମୀ ପାର୍ଟି ପାଖରେ ୧୩୫ ସଦସ୍ୟ ରହିଛନ୍ତି । କଂଗ୍ରେସ ପାଖରେ ୯ଜଣ ସଦସ୍ୟ ଅଛନ୍ତି ।

ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟଙ୍କ ରାୟ ପରେ ଅରବିନ୍ଦ କେଜ୍ରିୱାଲ ଏକ ଟ୍ବିଟ୍‌ କରି କହିଥିଲେ, ଦିଲ୍ଲୀ ଉପରାଜ୍ୟପାଳ ଏବଂ ବିଜେପି କିଭଳି ବେଆଇନ ନିର୍ଦ୍ଦେଶ ଦେଉଛନ୍ତି ତାହା ସୁପ୍ରିମକୋର୍ଟଙ୍କ ରାୟରୁ ପ୍ରମାଣ ହୋଇଗଲା।