ଭୁବନେଶ୍ୱରରୁ ସାଢ଼େ ୪ ଲକ୍ଷ ଲାଞ୍ଚ ନେଉଥିବାବେଳେ ସିବିଆଇ ହାତରେ ଧରାପଡ଼ିଲେ ଦିଲ୍ଲୀ EOW କନଷ୍ଟେବଳ

ଭୁବନେଶ୍ୱରରୁ ୪.୫୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗ ରେ ସିବିଆଇ ହାତରେ ବନ୍ଧା ହେଲା ଦିଲ୍ଲୀ EOW କନେଷ୍ଟବଲ ଅମିତ ଲାହୁଚା ।ଉଦୟ କୁମାର ସାହୁ ନାମକ ବ୍ୟକ୍ତିଙ୍କଠାରୁ ସାଢ଼େ ୪ ଲକ୍ଷର ଲାଞ୍ଚ ନେଉଥିଲେ ସମ୍ପୃକ୍ତ କନେଷ୍ଟବଳ ।
୨୦୧୬ ମସିହାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁରେ ଭୁବନେଶ୍ୱରରେ ଏକ ଗଣମାଧ୍ୟମ ସଂସ୍ଥ ଫେକ୍‌ ଆକାଉଣ୍ଟ ଖୋଲି ଟଙ୍କା ଆଦାୟ କରୁଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ଦିଲ୍ଲୀ EOWରେ ଅଭିଯୋଗ ହୋଇଥିଲା। ଏହା ପରେ EOW ମାମଲା ରୁଜୁ କରି ଭୁବନେଶ୍ୱର ପିଏମ୍‌ଜିରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲା। ତେବେ ତାଙ୍କ ସହଯୋଗୀ ଉଦୟନାଥ ସାହୁଙ୍କୁ ସାକ୍ଷୀ ପକାଇଥିଲା। ବିନା କାରଣରେ ତାଙ୍କୁ EOW ସାକ୍ଷୀ ପକାଇଥିବା ଉଦୟନାଥ ଅଭିଯୋଗ କରିଛନ୍ତି। ତେବେ ଉଦୟନାଥଙ୍କ ନାଁ ସାକ୍ଷୀରୁ ହଟାଇବା ପାଇଁ EOW ଇନ୍ସପେକ୍ଟର ୧୦ ଲକ୍ଷ ଟଙ୍କା ଦାବି କରୁଥିଲେ। ଏପରିକି ଧମକ ଚମକ ଦେଉଥିଲେ। ଶନିବାର ଉଦୟନାଥ ଏନେଇ ସିବିଆଇରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଉଦୟନାଥ ସାଢ଼େ ୪ ଲକ୍ଷରେ ଡିଲ୍‌ ରାଜି ହୋଇଥିଲେ। ଏହା ପରେ EOW ଇନ୍ସପେକ୍ଟରଙ୍କ ନିର୍ଦ୍ଦେଶରେ EOW କନଷ୍ଟେବଲ ଅମିତ ଲାହୁଚା ଭୁବନେଶ୍ୱର ଆସିଥିଲେ। ସେ ଆଜି ଲାଞ୍ଚ ଟଙ୍କା ନେଇଉଥିବା ବେଳେ ସାଦା ପୋଷାକରେ ଥିବା ୭ ଜଣିଆ ସିବିଆଇ ଟିମ୍‌ ତାଙ୍କୁ ଗିରଫ କରିଥିଲେ। ଏପରିକି ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ। ଏହା ପରେ EOW ଇନ୍ସପେକ୍ଟରଙ୍କ ଦିଲ୍ଲୀ ସ୍ଥିତ ଘରେ ମଧ୍ୟ ସିବିଆଇ ଚଢ଼ଉ କରୁଛି।ସିବିଆଇ ଏନେଇ ସମ୍ପୃକ୍ତ ଇନ୍ସପେକ୍ଟରଙ୍କ ମଧ୍ୟ ରେଡ୍ ଜାରି ରଖିଥିବା ସୂଚନା ମିଳିଛି ।