ଦୀନକୃଷ୍ଣ ମିଶ୍ରଙ୍କ ହୋଇପାରେ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ୱର:  ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏହି ମାମଲାରେ ନିଲମ୍ବିତ ଭରତପୁର ଥାନାର ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ ଟେଷ୍ଟ ହୋଇପାରେ ।  ପ୍ରକାଶ ଯେ ବୁଧବାର ଶ୍ରୀ ମିଶ୍ର କୋର୍ଟରେ ହାଜର ହୋଇଛନ୍ତି । କ୍ରାଇମବ୍ରାଞ୍ଚ  ଶ୍ରୀ ମିଶ୍ରଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଥିଲା । କ୍ରାଇମବ୍ରାଞ୍ଜର ଆବେଦନ ପରେ ଆଜି ଏସଡିଜେଏମ କୋର୍ଟରେ ଶ୍ରୀ ମିଶ୍ର ହାଜର ହୋଇଥିଲେ । କୋର୍ଟରେ ହାଜର ହୋଇ ସମସ୍ତ ଟେଷ୍ଟ ପାଇଁ ସହମତି ଦେଇଥିବା ଜଣାଯାଇଛି ।