ଦେବାଶିଷ ଧରିଲେ ହାତ

ଭୁବନେଶ୍ୱର: ରାଜନୀତିରେ ରାଜନେତା କୌଣସି ଏକ ଦଳରେ ଅଧିକ ଦିନ ରହିବା ସାଧାରଣ ଦେଖାଯାଏ ନାହିଁ । ବିଗତ ଦିନରେ ଏହାର ଅନେକ ଉଦାହରଣ ଦେଖିବାକୁ ମିଳିଛି । ତେବେ  ଚଳିତ ନିର୍ବାଚନରେ ଦଳ ଡିଆଁ ପର୍ବ ଜୋର ଧରିଛି । ଟିକେଟ ଆଶାରେ ରାଜନେତା ଏ ଦଳରୁ ସେ ଦଳ ଡେଇଁବାର ଚିତ୍ର ବୋଧହୁଏ ବିଗତ ବର୍ଷମାନଙ୍କରେ ହୋଇଥିବା ନିର୍ବାଚନ ସମୟରେ କେହି ଦେଖିନଥିବେ । ତେବେ ଏହି ପରିପ୍ରେକ୍ଷୀରେ ଆଜି ଦେବାଶିଷ ନାୟକ ପୁଣି ଦଳ ଡେଇଁଛନ୍ତି । ଗତ କିଛି ମାସ ପୂର୍ବେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଦେବାଶିଷ ନାୟକ ଟିକେଟ ନପାଇବାରୁ ଶେଷର ପୁଣି ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି । ଗତ ଫେବୃଆରୀ ୨୫ ତାରିଖରେ ଦେବାଶିଷ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ । ତେବେ ମାତ୍ର ୨ ମାସ ୯ ଦିନ ପରେ ପୁଣି ସେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି । ପ୍ରକାଶ ଯେ ଚଳିତ ନିର୍ବାଚନରେ ଦେବାଶିଷ ବରୀରୁ ଟିକେଟ ଆଶାୟୀ ଥିଲେ । କିନ୍ତୁ ଦଳ ତାଙ୍କୁ ଟିକେଟ ଦେଇନଥିଲା ।  କଂଗ୍ରେସରେ ଯୋଗ ଦେବା ପରେ ସେ ବିଜେପି ଓ ଏହା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଦେବାଶିଷ କହିଛନ୍ତି, ଏ‍ବେ ଦେଶର ଅବସ୍ଥା ଜରୁରୀକଳୀନ ସ୍ଥିତିରୁ ବଳିଗଲାଣି। ୟାକୁ ମାର ତାକୁ ମାର, ତା’ ଘରେ ପୁଲିସ ପୁରାଅ, କାହା ପଛରେ ଇଡିକୁ ଲଗାଅ, କାହା ପଛରେ ସିବିଆଇକୁ ଲଗାଅ- ଏସବୁ ତ ଚାଲିଛି। ପୂରା ରାଜନୀତିକ ବ୍ୟବସ୍ଥା ନଷ୍ଟ ହୋଇଗଲାଣି। ବିଜେଡି ଓ ବିଜେପି ପୂରା ସମାନ। ସେମାନେ ଗୋଟିଏ ବ୍ୟବସ୍ଥା ମଧ୍ୟରେ କାମ କରୁଛନ୍ତି।