ଭାରତ ରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଙ୍କ ମୃତ୍ୟୁ

କେରଳ: ୦୧-୦୮-(ପି.ଏନ.ଏ): ଭାରତ ରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଙ୍କ ମୃତ୍ୟୁ । ଚିହ୍ନଟ ହୋଇଥିବା ମଙ୍କିପକ୍ସ ମୃତକ ଜଣକ କେରଳ ରୁ ହୋଇଥିବା ବେଳେ ସେ ନିକଟ ରେ ୟୁଏଇରେ ପଜିଟିଭ୍ ଚିହ୍ନଟ ହେବା ପରେ ଭାରତ ଫେରିଥିବା ସୂଚନା ମିଳିଛି । ଏହି ୨୨ ବର୍ଷିୟ ମଙ୍କିପକ୍ସ ସନ୍ଦିଗ୍ଧଙ୍କ ଶନିବାର ମୃତ୍ୟୁ ହୋଇଥିଲା । ମୃତ ବ୍ୟକ୍ତିଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା । କିନ୍ତୁ ଏହା ପୂର୍ବରୁ ସେ ପଜିଟିଭ୍ ଥିବା ସୂଚନା ମିଳିଛି । ଗତ ୨୭ ତାରିଖରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଚିକିିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଭାରତରେ ଏବେ ସୁଦ୍ଧା ୪ ଜଣ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେବଳ କେରଳରୁ ୩ ଜଣ ଚିହ୍ନଟ ହୋଇଥିବା ବୋଳ ଦିଲ୍ଲୀରୁ ଜଣେ ଚିହ୍ନଟ ହୋଇଛନ୍ତି ।