ଋଷୀୟ ପର୍ଯ୍ୟଟକ ମୃତ୍ୟୁ ଘଟଣା, କ୍ରାଇମବ୍ରାଞ୍ଚର ଟିମର ତନାଘନା

ଭୁବନେଶ୍ବର : ଦୁଇ ଋଷ ପର୍ଯ୍ୟଟକ ମୃତ୍ୟୁ ଘଟଣାରେ ଦ୍ୱିତୀୟ ଦିନରେ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ତରଫରୁ ତନାଘନା ଜାରି ରଖିଛି । ଆଜି ଥାନା ଓ ଶ୍ମଶାନ ଯାଇ କ୍ରାଇମବ୍ରାଞ୍ଚ ଟିମ୍ ଚଳାଇଛନ୍ତି ତଦନ୍ତ । ଦ୍ୱିତୀୟ ଦିନରେ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍ ତରଫରୁ ତଦନ୍ତ ଜାରି ରହିଛି । କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ଆସିଥିବା ୧୨ ଜଣିଆ ଟିମ୍ ଆଜି ରାୟଗଡା ଥାନା ଓ ସିରିଗୁଡା ଶ୍ମଶାନ ଯାଇ ଅନୁସନ୍ଧାନ କରିଛନ୍ତି । ଏଥିରେ ସାଇଁଟିଫିକ ଓ ଫରେନସିକ ଟିମ୍ ମଧ୍ୟ ରହିଛନ୍ତି । ସୂଚନା ଥାଉକି, ବହୁ ଚର୍ଚ୍ଚିତ ଋଷ ପର୍ଯ୍ୟଟକ ବ୍ଲାଦିମିର ବିଦାନୋଭ ଓ ଆଣ୍ଟୋଭ ପାଭେଲ ମୃତ୍ୟୁ ଘଟଣା ତଦନ୍ତ ପାଇଁ ରାୟଗଡ଼ା ଠାରେ ଦ୍ବିତୀୟ ଦିନରେ ତଦନ୍ତ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ ।  କ୍ରାଇମବ୍ରାଞ୍ଚ ଅଧିକାରୀ ସ୍ଥାନୀୟ ପୁଲିସ ସହିତ ମଧ୍ୟରେ ସାକ୍ଷାତ କରି ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି । ଏଥିସହ ଶ୍ମଶାନରେ ଦୁଇ ମୃତକଙ୍କ ପାଉଁଶରୁ ହାଡ ଓ ଶରୀରର ଅନ୍ୟ ଅଂଶ ସଂଗ୍ରହ କରିଛନ୍ତି । ହୋଟେଲରେ ରୁମ ନମ୍ବର ୨୦୩ ଓ ୩୦୯ ଯାଇ ଆଉ କିଛି ପ୍ରମାଣ ସଂଗ୍ରହ କରିଛନ୍ତି। ହୋଟେଲର ସମସ୍ତ କର୍ମଚାରୀ ଉପସ୍ଥିତ ରହିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି। କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତ ଏନେଇ କହିଛନ୍ତି ଯେ, ଘଟଣାର ତଦନ୍ତ ଜାରି ରହିଛି। ଯାହା ଆବଶ୍ୟକ ସେ ଅନୁସାରେ ତଦନ୍ତ ଚାଲିଛି।

Death of a Russian tourist