ଶିମିଳିପାଳରେ ୫ ବର୍ଷୀୟା କଳା ବାଘୁଣୀର ମୃତ୍ୟୁ; କାରଣ ଅସ୍ପଷ୍ଟ

ଭୁବନେଶ୍ବର: ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଏକ ୫ ବର୍ଷୀୟା ମାଈ କଳା ବାଘୁଣୀ (ସ୍ୟୁଡୋ-ମେଲାନିଷ୍ଟିକ)ର ମୃତ୍ୟୁ ଘଟିଛି। ଦକ୍ଷିଣ ଡିଭିଜନ ଅଧୀନ UBK ରେଞ୍ଜରୁ ଏହି ବାଘୁଣୀର ମୃତଦେହ ଠାବ କରାଯାଇଛି। ତେବେ ମୃତ୍ୟୁର ପ୍ରାଥମିକ କାରଣ ଅସ୍ପଷ୍ଟ ଥିବାରୁ ଆବଶ୍ୟକୀୟ ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ OUAT (ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ)କୁ ପଠାଯାଇଛି। ଲାବୋରେଟୋରୀ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ  ଡାକ୍ତର ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।