ଡିସି ବନାମ କେକେଆର :କୁଲଦୀପଙ୍କ ଗୋଟିଏ ଓଭର ରେ ଦିଲ୍ଲୀ କ୍ୟାପିଟାଲସ ସିଜିନର ସବୁଠୁ ବଡ ସ୍କୋର କରି ଜିତିଲା ମ୍ୟାଚ

ଡିସି ବନାମ କେକେଆର :କୁଲଦୀପଙ୍କ ଗୋଟିଏ ଓଭର ରେ ଦିଲ୍ଲୀ କ୍ୟାପିଟାଲସ  ସିଜିନର ସବୁଠୁ ବଡ ସ୍କୋର କରି ଜିତିଲା ମ୍ୟାଚ

ଯେଉଁ ଖେଳାଳି ଙ୍କୁ ଏକାଦଶ ତମ ସ୍ଥାନରୁ ମଧ୍ୟ କେକେଆର ବାହାର କରିଥିଲା,ଅର୍ଥାତ ଅକ୍ସନରେ ମଧ୍ୟ ଅଣଦେଖା କରିଥିଲା I ସେହି ଖେଳାଳି ଙ୍କ ଯୋଗୁଁ ଆଜି କେକେଆର ଟିମ ପରାଜୟ ବରଣ କରିଛି I ସେହି ଖେଳାଳିଙ୍କୁ ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ କିଣିଥିଲା।ଏବଂ ପ୍ରାକ୍ଟିସ ସମୟରେ ତାଙ୍କ ଆତ୍ମବିଶ୍ୱାସ ବଢ଼ାଇଥିଲା ସେ ହେଉଛନ୍ତି ଆଜି ଦିଲ୍ଲୀ କ୍ୟାପିଟାଲ୍ସ ବିଜୟର ପ୍ରକୃତ ହିରୋ କୁଲଦୀପ ଯାଦବ ଯିଏ କି କେକେଆର ର ଚାରିଟି ୱିକେଟ୍ ନେଇଥିଲେ।

ଅନ୍ୟପକ୍ଷରେ ପୃଥ୍ଵୀ ଶ ଏବଂ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ କୋଲକାତା ନାଇଟ୍ ରାଇଡର୍ସକୁ ୪୪ ରନରେ ହରାଇଛି। ଏଥିସହ ଦିଲ୍ଲୀ ଚଳିତ ସିଜିନରେ ଦ୍ଵିତୀୟ ବିଜୟ ହାସଲ କରିଥିବା ବେଳେ କୋଲକାତା ନାଇଟ୍ ରାଇଡର୍ସ ପଞ୍ଚମ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ଭୋଗିଛି। ଦୁଇ ଓପନର ପୃଥ୍ଵୀ ଶ ଏବଂ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୫ ଓ୍ଵିକେଟ୍ ହରାଇ ୨୧୫ ରନ କରିଥିଲା। ଜବାବରେ କୋଲକାତା ଅଧିନାୟକ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ସତ୍ତ୍ଵେ ୧୯.୪ ଓଭରରେ ଅଲଆଉଟ୍ ହୋଇଛି। ନୀତିଶ ରାଣା ୩୦ ରନ କରିଥିଲେ। ଦିଲ୍ଲୀ ପକ୍ଷରୁ କୁଲଦୀପ ଯାଦବ ୩୫ ରନ ଦେଇ ୪ ଏବଂ ଖଲିଲ ଅହମ୍ମଦ ୨୫ ରନ ଦେଇ ୩ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୨୪, ଭେଙ୍କଟେଶ ଆୟର, ସାମ ବିଲିଙ୍ଗ୍ସ ୧୫ ରନ କରିଛନ୍ତି।