ଦୈନିକ ଭାଗ୍ୟଫଳ

ଆଜିର ରାଶିଫଳ ୨୧ ନଭେମ୍ବର ସୋମବାର : ମେଷ,ବୃଷ ,କନ୍ୟା,ମକର ,କୁମ୍ଭ,ମୀନ ରାଶିର ବ୍ୟକ୍ତିଙ୍କର କାର୍ଯ୍ୟରେ ଉନ୍ନତି ହେବ I ମିଥୁନ,ତୁଳା,ଜଗି ରଖି ଦିନଟି ଅତିବାହିତ କରନ୍ତୁ I ଆସନ୍ତୁ ଜାଣିବା ଅନ୍ୟ ରାଶି ମାନଙ୍କ ବିଷୟରେ :

ମେଷ : ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ସତେଜ ଅନୁଭବ କରିବେ I ଘରର ପରିବେଶ ସୁଖମୟ ରହିବ I ଆର୍ଥିକ ଲାଭ ସହିତ, ଆପଣ ବ୍ୟବସାୟ ଏବଂ ଚାକିରିରେ ସନ୍ତୁଷ୍ଟ ଅନୁଭବ କରିବେ I ସାମାଜିକ ଭାବରେ, ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ I ସାଙ୍ଗ ସାଥୀଙ୍କ ସହଯୋଗ ମିଳିବ I ସୌଖିନ ଅଳଙ୍କାର ,ପୋଷାକ କିଣାକିଣି କରି ପାରନ୍ତି I

ବୃଷ : ଖର୍ଚ୍ଚାନ୍ତ ହେବେ I ବିଦ୍ୟାର୍ଥିମାନେ ଉନ୍ନତି କରିବେ I ମଧ୍ୟାହ୍ନ ପରେ ପରିବାରରେ ବନ୍ଧୁ ମିଳନ ହୋଇପାରେ I ସ୍ୱାସ୍ଥ୍ୟରେ ଉନ୍ନତି ସାଙ୍ଗକୁ ବୁଲାବୁଲି ରେ ଯିବେ I କାର୍ଯ୍ୟରେ ସଫଳତା,ବ୍ୟବସାୟରେ ଭାଗିଦାରୀଙ୍କ ସହଯୋଗ ମିଳିବ,ପ୍ରତିଦ୍ୱନ୍ଦ୍ୱୀ ପରାସ୍ତ ହେବେ I

ମିଥୁନ : ଜମି, ଘର କିମ୍ବା ଯାନ ବାହନ କ୍ରୟରେ ସତର୍କତା ଅବଲମ୍ବନ କରନ୍ତୁ I ବ୍ୟବସାୟରେ ପାର୍ଟନରଙ୍କ ଠାରୁ ସତର୍କ ରହିବେ I ପରିବାର ସଦସ୍ୟଙ୍କ ସହିତ ଅନାବଶ୍ୟକ ଟେନସନ ବୃଦ୍ଧି ପାଇବ I ଆପଣ ପିଲାମାନଙ୍କ ପଢା ପଢୀକୁ ନେଇ ଚିତିନ୍ତ ରହିବେ I ଅର୍ଥ ବ୍ୟୟ ହେବାର ସମ୍ଭାବନା ଅଛି I ଆପଣ ସାଙ୍ଗମାନଙ୍କଠାରୁ ଉପହାର ପାଇପାରିବେ I

କର୍କଟ : ବୁଝି ବିଚାରି ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ I ଘରେ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ହେବ I ପାରିବରିକ ସମ୍ପର୍କ ଅତୁଟ ରହିବ I ମାନସିକ ଶାନ୍ତି ପାଇବେ I ମା’ଙ୍କ ସ୍ୱାସ୍ଥ୍ୟ ର ଯତ୍ନ ନିଅନ୍ତୁ I

ସିଂହ : ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ। ପୂର୍ବ ନିର୍ଦ୍ଧାରିତ କାମ ଆଡ଼କୁ ଆପଣଙ୍କ ପ୍ରୟାସ ରହିବ। ଆପଣଙ୍କ ବ୍ୟବହାର ନ୍ୟାୟପୂର୍ଣ୍ଣ ରହିବ। ଆଜି ଆପଣ ଧାର୍ମିକ ଏବଂ ମାଙ୍ଗଲିକ କାର୍ଯ୍ୟରେ ବ୍ୟସ୍ତ ରହିବାର ସଂଭାବନା ଅଛି। ଆଜି କ୍ରୋଧର ମାତ୍ରା ଅଧିକ ରହିବ, ଏଥିପାଇଁ ସାବଧାନ ରୁହନ୍ତୁ, ବାଣୀ ଉପରେ ନିୟନ୍ତ୍ରଣ ରଖିବେ।

କନ୍ୟା : ଆପଣ ଆଜି ପ୍ରତ୍ୟେକ କାମ ସରଳତାରେ ସଂପନ୍ନ କରି ପାରିବେ। ଚାକିରିରେ ଆପଣଙ୍କ ଉଚ୍ଚ ପଦାଧିକାରୀ ଖୁସି ରହିବେ। ଆପଣଙ୍କ ପ୍ରମୋଶନ ଯୋଗ ଅଛି। ଉଚ୍ଚ ଅଧିକାରୀମାନଙ୍କ ସହିତ ମହତ୍ଵ କଥାଗୁଡ଼ିକ ଉପରେ ଚର୍ଚ୍ଚା ହେବ। ପରିଜନମାନଙ୍କ ସହିତ ମୁକ୍ତ ମନରେ କଥାବାର୍ତ୍ତା ହେବ। ମାତାଙ୍କ ସହିତ ସମ୍ବନ୍ଧ ଭଲ ରହିବ, ସରକାରୀ ଲାଭ ହେବ ଏବଂ ସ୍ଵାସ୍ଥ୍ୟ ଭଲ ରହିବ।

ତୁଳା : କ୍ରୋଧକୁ ନିୟନ୍ତ୍ରଣରେ ରଖି ଶାନ୍ତ ହୁଅନ୍ତୁ I କାର୍ଯ୍ୟ କ୍ଷେତ୍ରରେ ଉତ୍ତମ ଆଚରଣ କରନ୍ତୁ I ଅଧିକ ଖର୍ଚ୍ଚାନ୍ତ ଯୋଗୁଁ ମାନସିକ ଅଶାନ୍ତି ବଢିବ I କୌଣସି କ୍ଷେତ୍ରରୁ ଅଚାନକ ଅର୍ଥ ଲାଭ ହୋଇପାରେ I ପାରିବାରିକ ସହଯୋଗ ମିଳିବ I

ବିଛା : ଜୀବନ ସାଥୀଙ୍କ ସହିତ ଦିନଟି ଉତ୍ତମ ରେ ବିତିବ I ଆୟ ଏବଂ ବ୍ୟବସାୟରେ ବୃଦ୍ଧି ଘଟିବ I ସାଙ୍ଗମାନଙ୍କ ସହିତ ଭ୍ରମଣରେ ଯାଇପାରନ୍ତି I ମାନସିକ ସ୍ତରରେ ଖୁସି ରହିବେ I ପିଲାମାନଙ୍କ ଉନ୍ନତିରେ ମନ ଆନନ୍ଦିତ ହେବ I

ଧନୁ : ଆଜି ଆପଣ ପାରିବାରିକ ତଥା ସାମାଜିକ କଥାଗୁଡ଼ିକରେ ବିଶେଷ ଲିପ୍ତ ରହିବେ। ମିତ୍ରମାନଙ୍କସହ ଭେଟ ହେବ ଏବଂ ତାଙ୍କ ଖର୍ଚ୍ଚ କରିବାକୁ ପଡ଼ିବ। ରମଣୀୟ ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଅଛି। ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ।

ମକର : ଆଜି ବିଦେଶ ଯିବାକୁ ଇଚ୍ଛୁକ ଲୋକଙ୍କ ଉଦ୍ୟମ ସଫଳ ହୋଇପାରେ I ପରିବାର ସଦସ୍ୟଙ୍କ ସହ ଧାର୍ମିକ ଯାତ୍ରା ରେ ଯିବେ I ଚାକିରିରେ ପଦୋନ୍ନତି ହୋଇପାରେ I ଅଧିକାରୀମାନେ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ I ଅର୍ଥ ଲାଭ ସହିତ ସମ୍ମାନ ମଧ୍ୟ ବୃଦ୍ଧି ପାଇବ I ପିତା ମାତାଙ୍କର ଆଶୀର୍ବାଦ ପାଇବେ I

କୁମ୍ଭ : ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ବହୁତ ଭଲ ଦିନ I ଆଜି ଆପଣ ବାହାରେ ଖାଇବା ପିଇବା ଠାରୁ ଦୂରେଇ ରହିବା ଉଚିତ୍ I ବକ୍ତବ୍ୟରେ ସଂଯମତା ଅବଲମ୍ବନ କରନ୍ତୁ I ମଧ୍ୟାହ୍ନ ପରେ କିଛି ଖୁସି ଖବର ପାଇବେ I ଧାର୍ମିକ ତୀର୍ଥଯାତ୍ରାର ଆୟୋଜନ କରିବେ I ଆର୍ଥିକ ଲାଭ ସାଙ୍ଗକୁ ସ୍ୱାସ୍ଥ୍ୟରେ ଉନ୍ନତି ହେବ I ପାରିବାରିକ ସହଯୋଗ ମିଳିବ I

ମୀନ : ବ୍ୟବସାୟରେ ଅଂଶଗ୍ରହଣ କରି ଆପଣ ଉପକୃତ ହେବେ I ଜୀବନ ସାଥୀଙ୍କ ସହିତ ବୁଲାବୁଲି ପାଇଁ ସ୍ଥିର କରିବେ I ମଧ୍ୟାହ୍ନ ପରେ ଆପଣ ପରିସ୍ଥିତିରେ ଏକ ପରିବର୍ତ୍ତନ ଅନୁଭବ କରିବେ I ଆଜି କୌଣସି ନୂତନ କାର୍ଯ୍ୟ କରନ୍ତୁ ନାହିଁ I ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ I