ଦୈନିକ ଭାଗ୍ୟଫଳ

ରାଶିଫଳ :୨୮-୦୮-୨୦୨୨ ରବିବାର : ଘରେ ମାଙ୍ଗଳିକ କାର୍ଯ୍ୟ ହେବ I ଧନୁ ରାଶି ପାଇଁ ଦିନଟି ସର୍ବୋତ୍ତମ I ମେଷ -ପାରିବାରିକ ସୁଖଶାନ୍ତି ବୃଦ୍ଧି ପାଇବ I ଆସନ୍ତୁ ଜାଣିବା ଆପଣଙ୍କ ରାଶିଫଳ ବିଷୟରେ :

ମେଷ : ବହୁଦିନରୁ ଅଟକିଥିବା କାମ ଶେଷ ହେବ I ପରିବାର ରେ ଉତ୍ସବ ର ମାହୋଲ ରହିବ I ଆର୍ଥିକ ସମସ୍ୟାର ସମାଧାନ ହେବ Iଚାକିରି କରୁଥିବା ଲୋକମାନେ ପଦୋନ୍ନତି ପାଇବେ I ଭାଇ ଏବଂ ଭଉଣୀ ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ସାହାଯ୍ୟ କରିବେ I ବୈବାହିକ ଜୀବନ ସୁଖମୟ ରହିବ I

ବୃଷ : କର୍ମକ୍ଷେତ୍ରରେ କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ନିଜ ଲୋକଙ୍କ ଉପରେ ପୂର୍ଣ୍ଣ ଭରସା କରି ପ୍ରତାରିତ ହୋଇପାରନ୍ତି। କୌଣସି ଉନ୍ନତିମୂଳକ କାମ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକ ପଡିପାରେ।

ମିଥୁନ : କର୍ମକ୍ଷେତ୍ରରେ ଉନ୍ନତି I ଆର୍ଥିକ ପରିସ୍ଥତି ସୁଦୃଢ ହେବ I ବିରୋଧୀମାନେ ଦୂରେଇ ଯିବେ। ନୂତନ କାର୍ଯ୍ୟକୁ ବିନା ବାଧାବିଘ୍ନରେ ଆଗେଇ ନେବେ। ବାଦବିବାଦରେ ବିଜୟୀ ହେବେ।

କର୍କଟ : ବ୍ୟବସାୟ କ୍ଷେତ୍ରକୁ ବଢ଼ାଇବାକୁ ଏହାର ପ୍ରଚାର ପ୍ରସାର ପାଇଁ ଯୋଜନା ପ୍ରସ୍ତୁତ କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବ। ଲୋକ ସମ୍ପର୍କ ବଢ଼ିବା ହେତୁ ଆତ୍ମସନ୍ତୋଷ ବଢ଼ିବ।

ସିଂହ : ବ୍ୟବହାରରେ ନିୟନ୍ତ୍ରଣ ନ ରଖିଲେ ପ୍ରତ୍ୟେକ କାମରେ ବ୍ୟତିକ୍ରମ ଲାଗି ରହିବ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ ତଥା ପ୍ରତିଦ୍ୱନ୍ଦିତାରେ ସଫଳତା ହାସଲ କରିବେ। କେତେକ କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରିପାରନ୍ତି।

କନ୍ୟା : ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖାଦେଇପାରେ। ପ୍ରିୟଜନଙ୍କ ସହ ମନୋମାଳିନ୍ୟ ଦେଖାଦେଇ ପାରେ। ଭିନ୍ନ ଭିନ୍ନ ଲୋକଙ୍କ ମତାମତ ଶୁଣି ଦ୍ବନ୍ଦ୍ବରେ ପଡ଼ି ଯାଇପାରନ୍ତି। ବ୍ୟବସାୟୀମାନେ ଆଶାନୁଯାୟୀ ଲାଭ ପାଇବେ ନାହିଁ।

ତୁଳା : ଅନ୍ୟ କଥାରେ ନିଜ ବହୁମୂଲ୍ୟ ସମୟକୁ ନଷ୍ଟ କରନ୍ତୁ ନାହିଁ। ପରିବାର ବର୍ଗଙ୍କ ସହ ଦୂରସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ। ସାଙ୍ଗସାଥୀଙ୍କ ସହଯୋଗ ପାଇବେ।

ବିଛା : ନିର୍ମାଣମୂଳକ କାର୍ଯ୍ୟ ସୁବିଧାରେ ହାସଲ କରିବା କଷ୍ଟକର ହୋଇପଡିବ। ବହୁତ ଝଡଝଞ୍ଜା ମଧ୍ୟ ଦେଇ ହାତକୁ ନେଇଥିବା କାମଟିକୁ ସମ୍ପୂର୍ଣ୍ଣ କରିବେ। ପରିବାରରେ ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି।

ଧନୁ : ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହେବ I ଧର୍ମ କାର୍ଯ୍ୟରେ ଯୋଗ ଦେବେ। ବନ୍ଧୁଙ୍କ ସହଯୋଗ ପ୍ରାପ୍ତି ହେବ। ଆର୍ଥିକ ସ୍ଥିତି ଭଲ ରହିବ। ପତିପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ। ପିଲାମାନଙ୍କ କ୍ୟାରିଅରରେ ଉନ୍ନତି ହେବ I କରଜ ଫେରସ୍ତ ପାଇବେ I

ମକର : କୌଣସି କଥାକୁ ନେଇ ମନରେ ଅଶାନ୍ତି ରହିବ I ବୁଲାବୁଲି ପାଇଁ ମନ ବଳାଇବେ I ପିଲାମାନଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତିତ ରହିବେ I ପରିବାରକୁ ବନ୍ଧୁ ଆଗମନ କରି ପାରନ୍ତି I ଆର୍ଥିକ ପରିସ୍ଥିତି ସୁଦୃଢ ରହିବ I ସାମାଜିକ ପ୍ରତିଷ୍ଠା ବଢିବ I

କୁମ୍ଭ : ଅବାସ୍ତବ ଚିନ୍ତା ମନରେ ଉଙ୍କି ମାରିବ I ଅଳସୁଆ ହେବେ I କାର୍ଯ୍ୟପାଇଁ ଦୂରଯାତ୍ରା ହୋଇପାରେ I ନୂତନ ବନ୍ଧୁଙ୍କ ସହିତ ଭେଟ ହେବା ଫଳରେ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଉଧାର ଦେଇଥିବା ଟଙ୍କା ମିଳିଯିବ।

ମୀନ : ସୁଚିନ୍ତିତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ତତ୍ପରତା ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ସମସ୍ୟା ସୁଧୁରିଯିବା କାରଣରୁ ପାରିବାରିକ ସଦ୍ଭାବ କ୍ରମଶଃ ବୃଦ୍ଧି ପାଇବ। ପରିବାରରେ ଭୁଲ୍ ବୁଝାମଣାଜନିତ ବନ୍ଧୁ ସମ୍ପର୍କରେ ଅବନ୍ନତି ଘଟିପାରେ।