ଦୈନିକ ଭାଗ୍ୟଫଳ

ରାଶିଫଳ : ୨୫-୦୮-୨୦୨୨ ଗୁରୁବାର : କୁମ୍ଭ ,ତୁଳା ରାଶି ପାଇଁ ଦିନଟି ସର୍ବୋତ୍ତମ I ମେଷ -ବୃଷ ,ରାଶିଙ୍କର ଆୟ ବୃଦ୍ଧି ହେବ ଏବଂ ଧନୁ-ମକର ରାଶିଙ୍କର ସାମୟିକ ସ୍ୱାସ୍ଥ୍ୟ ଖରାପ ହୋଇପାରେ I ଆସନ୍ତୁ ଜାଣିବା ଆପଣଙ୍କ ରାଶିଫଳ ବିଷୟରେ :

ମେଷ : ଭାବନାତ୍ମକ କାର୍ଯ୍ୟରେ ମଗ୍ନ ରହିବେ I ଜମିବାଡ଼ି ସଂକ୍ରାନ୍ତୀୟ ଚିନ୍ତା ଦୂର ହେବ I ପରିବାର କୁ ବନ୍ଧୁ ଆଗମନ କରିବେ I ନୂତନ କାର୍ଯ୍ୟ ପାଇଁ ତତ୍ପର ହେବେ I ଆୟ ବୃଦ୍ଧି ହେବ I

ବୃଷ : ମା’ଙ୍କ ସ୍ୱାସ୍ଥ୍ୟ କୁ ନେଇ ଅଧିକ ସମ୍ବେଦନ ଶୀଳ ହେବେ I ଆଜି ସରକାରୀ କାର୍ଯ୍ୟରେ ବ୍ୟସ୍ତ ରହିବେ I କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ I ଆୟ ବୃଦ୍ଧି ପାଇବ I ଭବିଷ୍ୟତ ପାଇଁ ଯୋଜନା ବନIଇବେ I ବନ୍ଧୁଙ୍କ ସହଯୋଗ ମିଳିବ I

ମିଥୁନ : ବନ୍ଧୁ ଦର୍ଶନ କରିବେ I ପରିବାର ରେ ଖୁସି ର ମାହୋଲ ରହିବ I ଚାକିରି-ବ୍ୟବସାୟରେ ଏକ ଅନୁକୂଳ ପରିବେଶ ରହିବ ଏବଂ ସହକର୍ମୀଙ୍କ ସହଯୋଗ ହେବ I ଭବିଷ୍ୟତ ପାଇଁ ପୁଞ୍ଜି ବିନିଯୋଗ କରିବେ I

କର୍କଟ : ପୂଜାପାଠରେ ଅଧିକ ସମୟ ଦେବେ। ସ୍ତ୍ରୀ ଓ ମାଆଙ୍କ ପୂରା ସହଯୋଗ ପାଇବେ। ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ଉତ୍ତମ ରହିବ। ବ୍ୟବସାୟ ପାଇଁ ହଠାତ କରାଯାଇଥିବା କୌଣସି ଯାତ୍ରା ସକରାତ୍ମକ ପରିଣାମ ଦେବ। କ୍ୟାରିୟରରେ ଉନ୍ନତିର ସମ୍ଭାବନା ରହିଛି।

ସିଂହ : କଚେରି ମାମଲାରେ ଆଇନଜ୍ଞଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ। ଅନ୍ୟମନସ୍କ ହେଲେ କ୍ଷତିଗ୍ରସ୍ତ ହେବେ। ମିତ୍ର ଲାଭର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବୀ ହେବେ।

କନ୍ୟା : ଆଜି ଆପଣ ଘର, ପରିବାର ଏବଂ ବ୍ୟବସାୟ ପରି ସମସ୍ତ କ୍ଷେତ୍ରରେ ଉପକୃତ ହେବେ I ବୈବାହିକ ଜୀବନ ସୁଖମୟ ହେବ I ଭ୍ରମଣ ରେ ଯାଇ ପାରନ୍ତି I ମହିଳା ବନ୍ଧୁମାନଙ୍କଠାରୁ ବିଶେଷ ଲାଭବାନ ହେବେ I ଅର୍ଥ ରୋଜଗାର ର ବିଭିନ୍ନ ବାଟ ଫିଟିବ I

ତୁଳା : ଚାକିରୀରେ ପଦୋନ୍ନତି ର ଯୋଗ ରହିଛି I ଉପରିସ୍ଥ ଅଧିକାରୀଙ୍କ କୃପା ଦୃଷ୍ଟି ରହିବ I ପରିବାରରେ ଉତ୍ସାହର ପରିବେଶ ରହିବ I ମନ ଖୁସି ରହିବ I ମାଆ ଙ୍କ ଆଶୀର୍ବାଦ ମିଳିବ I ରିଅଲ୍ ଇଷ୍ଟେଟ୍ ବ୍ୟବସାୟ ପାଇଁ ଏକ ଭଲ ଓ ସଫଳ ଦିନ ହେବ I

ବିଛା : ସମ୍ପର୍କୀୟ ଜଣେ ବନ୍ଧୁ ଅର୍ଥ ସାହାର୍ଯ୍ୟର ପ୍ରତିଶ୍ରୁତି ଦେବେ। ପରିସ୍ଥିତିବଶତଃ କେତେକ କ୍ଷେତ୍ରରେ ନିଜର ମତ ବଦଳାଇ ସମାଲୋଚିତ ହେବାକୁ ପଡିପାରେ। କଳହ ଠାରୁ ଦୂରେଇ ରହିବାକୁ ପଡିବ। ଉଦାର ପ୍ରକୃତିର ହେବେ।

ଧନୁ : ଆଜି ଖାଇବା ଏବଂ ପିଇବାରେ ଆପଣଙ୍କୁ ବିଶେଷ ଯତ୍ନ ନେବା ଆବଶ୍ୟକ I କାର୍ଯ୍ୟର ସଫଳତାରେ ବିଳମ୍ବ ହେତୁ ନିରାଶା ଅନୁଭବ କରିବେ I କାର୍ଯ୍ୟଭାର ଅଧିକ ହେବ I ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ I ମନ ଅସ୍ଥିର ଏବଂ ଚିନ୍ତିତ ରହିବ I କ୍ରୋଧିତ ହୁଅନ୍ତୁ ନାହିଁ I

ମକର : ଶାରୀରିକ ସୁସ୍ଥତା ଅନୁଭବ କରିବେ। ମାନ ସମ୍ମାନ ମିଳିବ। ଆଗକୁ ବଢ଼ିବା ପାଇଁ ଭଲ ଦିନଟିଏ। ଜରୁରୀ କାର୍ଯ୍ୟରେ ବନ୍ଧୁ ସାହାଯ୍ୟ କରିବେ। ଉଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ଜରୁରୀ ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ମିଳିବ।

କୁମ୍ଭ : ସମସ୍ତ କାର୍ଯ୍ୟରେ ସଫଳତା ମିଳିବ I କର୍ମକ୍ଷେତ୍ରରେ ଯଶ କୀର୍ତି ବଢିବ Iଉଚିତ୍ ପନ୍ଥା ଗ୍ରହଣ କରି ବ୍ୟବସାୟରେ ସଫଳତା ଅର୍ଜନ କରିବେ । ଅନେକ କ୍ଷେତ୍ରରେ ପୂର୍ବ ଯୋଜନା ସଫଳହେବା ସହ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ ।

ମୀନ : ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଦିନଟି ସର୍ବୋତ୍ତମ I ପରୀକ୍ଷାରେ କୃତକାର୍ଯ୍ୟ ହେବେ I ସାହିତ୍ୟ କଳା ପ୍ରତି ରୁଚି ବଢିବ Iଆପଣଙ୍କ ପ୍ରକୃତିରେ ଅଧିକ ଭାବପ୍ରବଣତା ଏବଂ ସମ୍ବେଦନଶୀଳତା ରହିବ I ସାଙ୍ଗମାନଙ୍କ ପାଇଁ ଖର୍ଚ୍ଚାନ୍ତ ହୋଇ ପାରନ୍ତି I