ଦୈନିକ ଭାଗ୍ୟଫଳ

ରାଶିଫଳ : ୨୧-୦୮-୨୦୨୨ ରବିବାର : ଦିନଟି ହସ ଖୁସିରେ କାଟିବେ I ବୁଝି ବିଚାରି ଆର୍ଥିକ କାରବାର କରନ୍ତୁ I ବୃଷ ,କର୍କଟ ,ସିଂହ,କନ୍ୟା,ଓ ମୀନ ରାଶି ପାଇଁ ଦିନଟି ସର୍ବୋତ୍ତମ I ଆସନ୍ତୁ ଜାଣିବା ଆପଣଙ୍କ ରାଶିଫଳ ବିଷୟରେ :

ମେଷ : ଆଜି ଆର୍ଥିକ କାରବାର ପ୍ରସଙ୍ଗରେ ସତର୍କ ହେବା ଆବଶ୍ୟକ I ବିବାଦରୁ ଦୂରେଇ ରୁହନ୍ତୁ ନଚେତ୍ ପରିବାର ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ I ଘରେ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ I ଆଗକୁ ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି I କର୍ମକ୍ଷେତ୍ରରେ ଲାଭଦାୟକ ପରିବେଶ ରହିବ I ବନ୍ଧୁ ସହଯୋଗ ମିଳିବ I

ବୃଷ : ଦିନ ଟି ଆପଣଙ୍କ ପାଇଁ ଲାଭଦାୟକ ହେବ I ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ବହୁତ ସୁସ୍ଥ ରହିବେ I ଆପଣ ପୁରା ସମୟ ସତେଜ ଅନୁଭବ କରିବେ I ଚିତ୍ରକଳା ପ୍ରତି ରୁଚି ବଢିବ I ଅର୍ଥ ରୋଜଗାର ର ନୂତନ ପନ୍ଥା ବାହାରିବ I ପାରିବାରିକ ପରିବେଶ ଆନନ୍ଦଦାୟକ ରହିବ I

ମିଥୁନ : କଥାବାର୍ତ୍ତାରେ ସଂଯମତା ରଖନ୍ତୁ I କୌଣସି ବିଷୟକୁ ନେଇ ବିଶେଷ ସମ୍ବେଦନଶୀଳ ହୁଅନ୍ତୁ ନାହିଁ I ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେବ I ବିଶେଷ କରି ଆଖିରେ ଯନ୍ତ୍ରଣା ହୋଇପାରେ I ପରିବାର ସଦସ୍ୟଙ୍କ ସହ ମିଶି ସୁସ୍ୱାଦୁ ଭୋଜନ କରିବେ I ଆଧ୍ୟାତ୍ମିକତା ପ୍ରତି ମନ ବଳାଇବେ I

କର୍କଟ : ଦିନଟି ଆପଣଙ୍କ ପାଇଁ ଲାଭଦାୟକ ହେବ I କ୍ୟାରିୟରରେ ଉନ୍ନତି ହେବ। ଘରେ ସୁଖ-ଶାନ୍ତି ଲାଗି ରହିବ। ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ। ଛାତ୍ରଛାତ୍ରୀଙ୍କ ସମୟ ଭଲରେ କଟିବ। ଅଟକିଥିବା କାମ ପୂରଣ ହେବ। ସମ୍ପତ୍ତି ସହ ଜଡ଼ିତ ମାମଲାରେ ବିଜୟୀ ହେବେ।

ସିଂହ : ଆଜି ଆପଣଙ୍କର ସମସ୍ତ କାର୍ଯ୍ୟ ସହଜରେ ସମାପ୍ତ ହେବ I ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ I ପଦୋନ୍ନତି ର ଯୋଗ ରହିଛି I ଉଚ୍ଚ ପଦାଧିକାରୀଙ୍କ କୃପା ଆପଣଙ୍କ ଉପରେ ରହିବ। ତୁମର ପ୍ରାଧାନ୍ୟ ଏବଂ ପ୍ରଭାବ ସବୁ ଦିଗରେ ବୃଦ୍ଧି ପାଇବ I ସରକାରୀ କାମ ଏବଂ ବାପାଙ୍କଠାରୁ ଲାଭ ପାଇବେ I ମାନସିକ ସ୍ୱାସ୍ଥ୍ୟ ଓ ଜୀବନରେ ଆନନ୍ଦ ମିଳିବ I

କନ୍ୟା : ଆଜି ଦିନଟି ଆପଣଂକ ପାଇଁ ଶୁଭଙ୍କର ହେବ । ଘରକୁ ବନ୍ଧୁ ଏବଂ ପ୍ରିୟଜନଙ୍କ ଆଗମନ ହେବ । ପାରିବାରିକ ଜୀବନରେ ସୁଖ ସୁବିଧା ବୃଦ୍ଧି ହେବ। ଧନଵାନ ହେବେ I ବିଦେଶରେ ଥିବା ସମ୍ପର୍କୀୟ ମାନଙ୍କ ଠାରୁ ଶୁଭ ସମାଚାର ଶୁଣିବେ ଇ

ତୁଳା : ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ I ପରିବାର ରେ ସ୍ୱାସ୍ଥ୍ୟ ସମସ୍ୟା କୁ ନେଇ ଖର୍ଚ୍ଚାନ୍ତ ହେବେ I ଜୀବନ ସାଥୀଙ୍କ ସହିତ ଉତ୍ତମ ବୁଝାମଣା ରହିବ I ଅଚାନକ ଧାନ ପ୍ରାପ୍ତି ହେବ I ଆଧ୍ୟାତ୍ମିକ ଏବଂ ଭଗବାନଙ୍କ ପ୍ରତି ଭକ୍ତି ପାଇଁ ଏହା ହେଉଛି ସର୍ବୋତ୍ତମ ସମୟ I ଗଭୀର ଧ୍ୟାନ ମାଧ୍ୟମରେ, ଆପଣ ମାନସିକ ଶାନ୍ତି ହାସଲ କରିବାକୁ ସମର୍ଥ ହେବେ I

ବିଛା : ଆଜି କିଛି ନୂଆ କରିବା ପାଇଁ ଯୋଜନା କରିବେ I ଆପଣଙ୍କ ଚିନ୍ତାନୁଯାୟୀ କାମଗୁଡ଼ିକ ସହଜରେ ସମ୍ପନ୍ନ ହୋଇପାରିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବ। ଦୀର୍ଘ ଦିନରୁ ଅଟକି ରହିଥିବା କାମ ଆଜି ହିଁ ପୂରଣ ହେବ। ବନ୍ଧୁଙ୍କ ସହଯୋଗରେ କାମ ହାସଲ କରିବେ।

ଧନୁ : ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ I ଘରର ପରିବେଶ ସୁଖଦ ରହିବ I ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉତ୍ତମ ରହିବ I ଘର ପାଇଁ ବିଳାସମୟ ସାମଗ୍ରୀ କିଣି ପାରନ୍ତି I ଶତ୍ରୁ ପରାଜିତ ହେବେ। କଳା ଓ ସଂସ୍କୃତି ସହିତ ଜଡ଼ିତ ବ୍ୟକ୍ତିମାନଙ୍କର ଉନ୍ନତି ହେବ I

ମକର : ଅଳସୁଆ ଲାଗିବ I ସ୍ୱାସ୍ଥ୍ୟ ସମସ୍ୟା କୁ ନେଇ ଚିନ୍ତିତ ରହିବେ I ବ୍ୟବସାୟୀ ମାନେ ଦୂର ସ୍ଥାନ ଯାତ୍ରାରେ ଯାଇ ପାରନ୍ତି I କରଜ ଫେରସ୍ତ ପାଇବେ I ଅବିବାହିତ ମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ I

କୁମ୍ଭ : ଆପଣଙ୍କ ଜିଦ୍ଖୋର ପ୍ରକୃତି ଛାଡିବାକୁ ପଡିବ I ଅତ୍ୟଧିକ ଭାବପ୍ରବଣତା ହେତୁ, ମନରେ ଅସନ୍ତୋଷ ରହିବ I ପିଲାମାନଙ୍କ ପଢାପଢି କୁ ନେଇ ଚିନ୍ତିତ ରହିବେ I ଆଶା ବାସ୍ତବତାରେ ପରିଣତ ହେବ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବିଜୟୀ ହେବେ। ଜୀବନର ସଫଳତା ଲାଗି ଦିନଟିଏ।

ମୀନ : ଆବଶ୍ୟକ ନିଷ୍ପତ୍ତି ନେବା ପାଇଁ ଆଜି ଏକ ଶୁଭ ଦିନ I ସୃଜନଶୀଳତା ବୃଦ୍ଧି ପାଇବ I ବ୍ୟବସାୟ ବିସ୍ତାର ପାଇଁ ଆଜି ଏକ ଶୁଭ ଦିନ I ସାଙ୍ଗମାନଙ୍କ ସହିତ ଭ୍ରମଣ-ପର୍ଯ୍ୟଟନ ଆୟୋଜନ କରିବେ I ଭାଇଭଉଣୀଙ୍କ ସହ ସମ୍ପର୍କରେ ଘନିଷ୍ଠତା ରହିବ I ସାମାଜିକ ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ I