ଦୈନିକ ଭାଗ୍ୟଫଳ

ରାଶିଫଳ : ୧୫-୦୮-୨୦୨୨ ସୋମବାର : ଆଜି ଏହି ରାଶି ମାନଙ୍କର ଆର୍ଥିକ ଉନ୍ନତି ହେବ I

ମେଷ : ଆଜି ସମୟ ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ଅତିବାହିତ କରିବେ I ମାନସିକ ଦ୍ୱନ୍ଦ୍ୱ ଯୋଗୁଁ ସଠିକ ନିଷ୍ପତ୍ତି ନେବାକୁ ସମର୍ଥ ହେବେ ନାହିଁ I ଧାର୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ ହେବ I ନୂତନ ଚାକିରୀ ପାଇଁ ଭଲ ଅଫର ଆସିବ I ବ୍ୟବସାୟୀମାନେ ଲାଭବାନ ହେବେ I

ବୃଷ : ବନ୍ଧୁ ସହଯୋଗ କରିବେ I ବ୍ୟବସାୟ ସହିତ ଜଡିତ କାରବାରରେ ଲାଭଦାୟକ ପ୍ରମାଣିତ ହେବ I ଆୟର ଉତ୍ସ ବୃଦ୍ଧି ପାଇବ I ସହକର୍ମୀଙ୍କ ସମର୍ଥନ ପାଇବେ I ବୈବାହିକ ଜୀବନ ସୁଖମୟ ହେବ I ଆପଣ ପିଲାମାନଙ୍କଠାରୁ ମଧ୍ୟ ଭଲ ଖବର ପାଇବେ I

ମିଥୁନ : ଆପଣଙ୍କ ପାଇଁ ଦିନଟି ଶୁଭଙ୍କର ହେବ I ଘର ଏବଂ କାର୍ଯ୍ୟାଳୟର ପରିବେଶ ଆନନ୍ଦ ଦାୟକ ରହିବ I ସାମାଜିକ ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ I ଦେଇଥିବା କରଜ ଫେରସ୍ତ ପାଇବେ I ସରକାରୀ କାର୍ଯ୍ୟରେ ବାଧା ଦୂର ହେବ I

କର୍କଟ : ଭାଗ୍ୟବାନ ହେବେ I ଶରୀର ଏବଂ ମନରେ ଆନନ୍ଦ ଅନୁଭବ ହେବ I ଆପଣ ବିଦେଶରୁ ଭଲ ଖବର ପାଇବେ I ପରିବାର କୁ ବନ୍ଧୁ ଆଗମନ କରିବେ I ହଠାତ୍ ଆର୍ଥିକ ଲାଭ ହୋଇପାରେ I ଚାକିରୀରେ ଉଚ୍ଚସ୍ଥାନ ପ୍ରାପ୍ତି ହେବ I

ସିଂହ : ପୂଜାପାଠରେ ଅଧିକ ସମୟ ଦେବେ। ସ୍ତ୍ରୀ ଓ ମାଆଙ୍କ ପୂରା ସହଯୋଗ ପାଇବେ। ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ଉତ୍ତମ ରହିବ। ବ୍ୟବସାୟ ପାଇଁ ହଠାତ କରାଯାଇଥିବା କୌଣସି ଯାତ୍ରା ସକରାତ୍ମକ ପରିଣାମ ଦେବ। କ୍ୟାରିୟରରେ ଉନ୍ନତିର ସମ୍ଭାବନା ରହିଛି।

କନ୍ୟା : ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି କଳହ ସୃଷ୍ଟି ହେବାର ସମ୍ଭାବନା ରହିଛି। ଦିନଟି ସୁଖ ଏବଂ ସୌଭାଗ୍ୟର ଦିନ। ଆର୍ଥିକ ସଫଳତାରେ ବାଧା ହେବ। ଛାତ୍ରଚାତ୍ରୀମାନେ ବିଦ୍ୟାକ୍ଷେତ୍ରରେ ମନ ଦେବେ ନାହିଁ। ମହିଳାମାନଙ୍କର କର୍ମକ୍ଷେତ୍ରରେ ଉନ୍ନତି ପାଇଁ ଚେଷ୍ଟିତ ହେବେ।

ତୁଳା : ଆଜି ଚାକିରିରେ ଲାଭ ଏବଂ ପ୍ରଗତିର ଦ୍ୱାର ଦେଶ ରେ ପହଞ୍ଚିବ I ପାରିବାରିକ ପରିବେଶ ସୁଖ ଏବଂ ଶାନ୍ତିରେ ପରିପୂର୍ଣ୍ଣ ହେବ I ବିରୋଧୀଙ୍କୁ ପରାସ୍ତ ହେବେ I ସହକର୍ମୀମାନେ ଆପଣଙ୍କୁ ସାହାଯ୍ୟ କରିବେ I ମାତାପିତାଙ୍କ ଆଶୀର୍ବାଦ ରହିବ I ସ୍ୱାସ୍ଥ୍ୟ ଭଲ ରହିବ I ମାନସିକ ଶାନ୍ତି ଅତୁଟ ରହିବ I

ବିଛା : ବ୍ୟବସାୟରେ ଉନ୍ନତି ପାଇଁ ପରିଜନଙ୍କ ଠାରୁ ଆର୍ଥିକ ସହାୟତା ମିଳିବ। ଆଜି ଆପଣଙ୍କ ଉର୍ଜା ଓ ଭଲ ବ୍ୟବହାର ଯୋଗୁଁ ଆଖ-ପାଖ ଲୋକ ଖୁସି ହେବେ। ଆପଣଙ୍କ ଶକ୍ତିର ସ୍ତର ବଢ଼ିବ। ଲୋକମାନଙ୍କ ଧ୍ୟାନ ଆକର୍ଷିତ କରିବାରେ ସଫଳ ହେବେ। ଉନ୍ନତିର ନୂଆ ମାର୍ଗ ଖୋଲିବ।

ଧନୁ : ଆପଣ ଶରୀର ଏବଂ ମନରେ ଥକ୍କା ଅନୁଭବ କରିବେ I ପରିବାରରେ ଉତ୍ତେଜନା ଦେଖାଦେବI ଏହି କାରଣରୁ ଆପଣ ମାନସିକ ସ୍ଥିତି ଭଲ ରହିବ ନାହିଁ I ମାଆ ଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତିତ ରହିବେ I ଖର୍ଚ ବଢିବ I ପାଣିଠାରୁ ଦୂରରେ ରୁହନ୍ତୁ I

ମକର : ଧାର୍ମିକ କାର୍ଯ୍ୟ ସମ୍ପାଦନ, ଦେବଦର୍ଶନ ପାଇଁ ଇଚ୍ଛା ଜାଗ୍ରତ ହେବ। ଆପଣ ଖର୍ଚ୍ଚାନ୍ତ ହେବେ ସିନା ଆଜି କୌଣସି କାମ ଅଟକିବ ନାହିଁ। ମାଲିମୋକଦ୍ଦମା, ନିର୍ମାଣ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।

କୁମ୍ଭ : ଆପଣଙ୍କ ମନରେ ଦ୍ୱନ୍ଦ୍ୱ ଯୋଗୁଁ, ଆପଣ ସଠିକ୍ ନିଷ୍ପତ୍ତି ନେବାକୁ ସକ୍ଷମ ହେବେ ନାହିଁ I ସ୍ୱାସ୍ଥ୍ୟ ଖରାପ ହେବ I କର୍ମକ୍ଷେତ୍ରରେ ମତ ପାର୍ଥକ୍ୟ ଦେଖାଦେବ I ଆର୍ଥିକ କ୍ଷତିର ସମ୍ଭାବନା ଅଛି I ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସମୟ ଉତ୍ତମ ରହିବ I

ମୀନ : ଆଜି ଆପଣ ଆନନ୍ଦ ଏବଂ ଉତ୍ସାହ ଅନୁଭବ କରିବେ I ନୂତନ କାର୍ଯ୍ୟ ଆରମ୍ଭ କରିବା ଲାଭଦାୟକ ହୋଇପାରେ I ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ସୁସ୍ୱାଦୁ ଖାଦ୍ୟ ଉପଭୋଗ କରିବେ I ଆୟର ଉତ୍ସ ଜାରି ରହିବ I ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚ ହେବ I ବ୍ୟବସାୟରେ ସଫଳତା ପାଇବେ I ଦାମ୍ପତ୍ୟ ଜୀବନ ସୁଖମୟ ହେବ I