ରାଶିଫଳ: ୧୧-୦୮-୨୦୨୨ ଗୁରୁବାର : ବିଛା ଓ ମୀନ ରାଶି ପାଇଁ ଦିନଟି ସର୍ବୋତ୍ତମ I ବୃଷ -ନୂତନ କାର୍ଯ୍ୟ ପାଇଁ ପ୍ରେରଣା ମିଳିବ I କର୍କଟ – କାର୍ଯ୍ୟ କ୍ଷେତ୍ରରେ ବିଜୟୀ ହେବେ I ଆସନ୍ତୁ ଜାଣିବା ଆପଣଙ୍କ ରାଶିଫଳ ବିଷୟରେ :
ମେଷ : ଦିନଟି ଆପଣଙ୍କ ସପକ୍ଷରେ ଯିବ I ପରିବାର ସଦସ୍ୟଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ I ଘରର ସାଜସଜ୍ଜା ପରିବର୍ତ୍ତନ କରିବାକୁ ମନସ୍ଥ କରିବେ I କାର୍ଯ୍ୟକ୍ଷେତ୍ରରେ ପରିବେଶ ଭଲ ରହିବ I ସରକାରୀ ସୁବିଧା ପାଇବା ସମ୍ଭାବନା ଅଛି I
ବୃଷ : ଆଜି ଆପଣ ନୂତନ କାର୍ଯ୍ୟ ପାଇଁ ପ୍ରେରଣା ପାଇବେ I ଆଧ୍ୟାତ୍ମିକ ଦିଗରେ ମନ ବଳିବ I ଦୂର ସମ୍ପର୍କୀୟ ଓ ବନ୍ଧୁମାନଙ୍କଠାରୁ ଭଲ ଖବର ଆସିବ I ବିଦେଶ ଯିବାର ସମ୍ଭାବନା ରହିଛି Iବ୍ୟବସାୟରେ ଆର୍ଥିକ ଲାଭ ହୋଇପାରେ I ସ୍ୱାସ୍ଥ୍ୟ ଉତ୍ତମ ରହିବ I ପାରିବାରିକ ପରିବେଶ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିବ I
ମିଥୁନ : କ୍ରୋଧରୁ ଦୂରେଇ ରୁହନ୍ତୁ I କମ୍ କଥାବାର୍ତ୍ତା କରି, ବିତର୍କ ପରିସ୍ଥିତି କୁ ଯାଆନ୍ତୁ ନାହିଁ I ଆଜି ଖର୍ଚ୍ଚ ର ପରିମାଣ ବୃଦ୍ଧି ପାଇବ I ସାମୟିକ ସ୍ୱାସ୍ଥ୍ୟ ଖରାପ ହେଇପାରେ I ମାନସିକ ସ୍ତରରେ, ଆପଣଙ୍କ ମନରେ ନିରାଶା ଆସିବ I
କର୍କଟ : ବିଜୟୀ ହେବେ। କାର୍ଯ୍ୟଦକ୍ଷତା ପାଇଁ ପଦୋନ୍ନତିର ରାସ୍ତା ସରଳ ହେବ। ଦେହ ସୁସ୍ଥ ରହିବ। ସ୍ଥିତି ସୁଦୃଢ ରହିବ। ମନବଳ ଦ୍ୱିଗୁଣିତ ହେବ। ମନର ସନ୍ଦେହ ଦୂର ହେବ। ଇଷ୍ଟଦେବଙ୍କ ପୂଜାର୍ଚ୍ଚନା କରନ୍ତୁ, ଶୁଭଫଳ ବୃଦ୍ଧି ହେବ। ଆପଣଙ୍କୁ ଭଲ ସୁଯୋଗ ମିଳିପାରେ। ଘରୋଇ ଜୀବନରେ ସୁଖ ସୁବିଧା ବୃଦ୍ଧି ହେବ।
ସିଂହ : ବୈଷୟିକ ସୁଖ, ସମୃଦ୍ଧି, ଦ୍ରବ୍ୟଲାଭ, ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ର୍ପଫୁଲ୍ଲ ରହିବ ।ବଦଖର୍ଚ୍ଚରୁ ବିରତ ହେଲେ ଆର୍ଥିକ ସ୍ଥିତି ଅକ୍ଷୁଣ୍ଣ ରହିବ । ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ ।
କନ୍ୟା : ଆଜି ମନରେ ଚିନ୍ତା ଏବଂ ଉଦ୍ବେଗ ବଢିବ I କାର୍ଯ୍ୟକ୍ଷେତ୍ର ରେ ଚାପ ବଢିବ I ଖର୍ଚ୍ଚାନ୍ତ ହେବେ I ପାରିବାରିକ ବୁଝାମଣା ଉତ୍ତମ ରହିବ I ପ୍ରିୟ ବ୍ୟକ୍ତିଙ୍କ ସମ୍ପର୍କ ଦୃଢ ହେବ I ନୂତନ ଲୋକଙ୍କୁ ଭେଟିବା ଆନନ୍ଦଦାୟକ ହେବ I ସେୟାର-ବେଟିଂ ଠାରୁ ଦୂରରେ ରୁହନ୍ତୁ I
ତୁଳା : ଆଜି ସାବଧାନ ସହକାରେ ଅଫିସ କାର୍ଯ୍ୟ କରନ୍ତୁ I ମାନସିକ ସ୍ତରରେ ସୁସ୍ଥ ରହିବେ I ପରିବାର ସଦସ୍ୟ ଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତିତ ରହିବେ I ଦୂର ସ୍ଥାନ ଯାତ୍ରାକୁ ସ୍ଥଗିତ ରଖନ୍ତୁ I ସ୍ୱାସ୍ଥ୍ୟ ର ଯତ୍ନ ନିଅନ୍ତୁ I ପୈତୃକ ସମ୍ପତି ରୁ ଲାଭ ପାଇବେ ଇ
ବିଛା : କାର୍ଯ୍ୟରେ ସଫଳତା ପାଇବେ I ଆର୍ଥିକ ଲାଭ ହେବ I କାର୍ଯ୍ୟ ଭାଇଭଉଣୀଙ୍କ ସହ ସୁଖଦ ମୁହୂର୍ତ କାଟିବେ I ଶରୀର ଏବଂ ମନରେ ଶକ୍ତି ଏବଂ ଆନନ୍ଦର ଅନୁଭବ ହେବ I ବନ୍ଧୁ ଏବଂ ସମ୍ପର୍କୀୟମାନେ ଘରକୁ ଆଗମନ କରିବେ I ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ରୁଚି ବଢିବ I
ଧନୁ : ପରିବାର ସଦସ୍ୟଙ୍କ ସହ ଭୁଲ ବୁଝାମଣା ଠାରୁ ଦୂରେଇ ରୁହନ୍ତୁ I ଆୟ ଅନୁସାରେ ଖର୍ଚ୍ଚ ବଢିବ I ମାନସିକ ତିକ୍ତତା ଏବଂ ଦ୍ୱନ୍ଦ୍ୱ ଯୋଗୁଁ, ଆପଣ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ସକ୍ଷମ ହେବେ ନାହିଁ I ବହୁ ଦିନରୁ ଅଟକି ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ I ବନ୍ଧୁ ଦର୍ଶନ କରିବେ I
ମକର : ଆଧ୍ୟାତ୍ମିକ ବାଦୀ ହେବେ I ପରିବାରରେ ମଙ୍ଗଳମୟ ପରିବେଶ ରହିବ I ବନ୍ଧୁ ଏବଂ ସମ୍ପର୍କୀୟଙ୍କଠାରୁ ଉପହାର ପାଇବେ I ସମସ୍ତ କାର୍ଯ୍ୟଗୁଡ଼ିକ ସହଜରେ ସମାପ୍ତ ହେବ I ଚାକିରି-ବ୍ୟବସାୟରେ ଲାଭ ହେବ I ସ୍ୱାସ୍ଥ୍ୟ ରେ ଉନ୍ନତି ହେବ I
କୁମ୍ଭ : ଆଜି ଖର୍ଚ୍ଚାନ୍ତ ହେବେ I ଶାରୀରିକ ଏବଂ ମାନସିକ ଅବସ୍ଥା ଭଲ ରହିବ ନାହିଁ I ସମ୍ପର୍କୀୟମାନଙ୍କ ସହିତ ମତଭେଦ ହୋଇପାରେ I କେହି ଆପଣଙ୍କୁ ଅସୁବିଧାରେ ପକାଇ ପାରନ୍ତି I କ୍ରୋଧକୁ ନିୟନ୍ତ୍ରଣ ରେ ରଖନ୍ତୁ I
ମୀନ : ସମାଜ ରେ ପ୍ରତିଷ୍ଠିତ ହେବେ I ସାମାଜିକ ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ I ଗୁରୁଜନ ମାନଙ୍କ ସମର୍ଥନ ମିଳିବ I ବନ୍ଧୁ ପରିଜନ ଙ୍କ ସହ ସମ୍ପର୍କ ଉତ୍ତମ ରହିବ I ଚାକିରି-ବ୍ୟବସାୟରେ ଉନ୍ନତି କରିବେ I ପରିବାରରେ ଉତ୍ତମ ବୁଝାମଣା ରହିବ I ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ କରିବେ I