ରାଶିଫଳ : ୦୬-୦୮-୨୦୨୨ : ଏହି ରାଶି ର ବ୍ୟକ୍ତିମାନେ ଆଧ୍ୟାତ୍ମିକ ବାଦୀ ହେବେ I ବୃଷ,ଧନୁ,ମୀନ ରାଶିର ବ୍ୟକ୍ତି ମାନଙ୍କର ଆର୍ଥିକ ଉନ୍ନତି ହେବ I ଜାଣନ୍ତୁ ଆପଣଙ୍କ ରାଶିଫଳ ବିଷୟରେ :
ମେଷ : ଦିନଟି ଖୁସିରେ କଟିବ I ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ I ପିଲାମାନେ କ୍ୟାରିଅରରେ ଉନ୍ନତି କରିବେ I କ୍ରୋଧ ଠାରୁ ଦୁରେଇ ରୁହନ୍ତୁ I ଆଧ୍ୟାତ୍ମିକତା ପ୍ରତି ରୁଚି ବଢିବ I ପାରିବାରିକ ପରିବେଶ ଉତ୍ତମ ରହିବ I
ବୃଷ : ବ୍ୟବସାୟରେ ସଫଳତା ମିଳିବ I ଆପଣ ସହକର୍ମୀମାନଙ୍କ ସମ୍ପୂର୍ଣ୍ଣ ସମର୍ଥନ ପାଇବେ I ଆର୍ଥିକ ଲାଭ ହେବ I ବନ୍ଧୁ ଦର୍ଶନ ହେବ I ଆୟ ଅନୁସାରେ ବ୍ୟୟ ବଢିବ I କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କଥାକୁ ନେଇ ଚିନ୍ତିତ ରହିବେ I
ମିଥୁନ : ଆଜି ଏକ ମଧ୍ୟମ ଫଳପ୍ରଦ ଦିନ ହେବ I ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ I ବ୍ୟବସାୟରେ ଆପଣ ସହକର୍ମୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ I ପିଲାମାନଙ୍କ ବିଷୟରେ ଚିନ୍ତିତ ରହିବେ I ମଧ୍ୟାହ୍ନ ପରେ ଘରର ପରିବେଶ ଶାନ୍ତିପୂର୍ଣ୍ଣ ରହିବ।
କର୍କଟ : ମାନସିକ ସ୍ତରରେ ଚିନ୍ତିତ ରହିବେ I କାର୍ଯ୍ୟକ୍ଷେତ୍ରରେ ଅସନ୍ତୋଷ ଦେଖାଦେବ I ପୈତୃକ ସମ୍ପତ୍ତି କ୍ଷେତ୍ରରେ ବହୁତ ସତର୍କ ରହିବ ଆବଶ୍ୟକ I ଆର୍ଥିକ ସ୍ଥିତି ଉତ୍ତମ ରହିବ I ବହୁ ଦିନରୁ ଅଟକିଥିବା କାର୍ଯ୍ୟ ସମାପ୍ତ କରିବେ I
ସିଂହ : କୌଣସି ଧାର୍ମିକ ସ୍ଥଳ କୁ ଯାତ୍ରା କରିବେ I କର୍ମକ୍ଷେତ୍ରରେ ଅନିଶ୍ଚିତା ଭିତରେ ଗତି କରିବେ। ପଡ଼ୋଶୀଙ୍କ ସହ ମନାନ୍ତର ରହିବେ। ପରିବହନ ଓ ବାଣିଜ୍ୟରେ ମାନ୍ଦା ସ୍ଥିତି ରହିବ। ଭବିଷ୍ୟତ ପାଇଁ ପୁଞ୍ଜି ନିବେଶ କରିବେ I
କନ୍ୟା : ମାନସିକ ଦ୍ୱନ୍ଦ୍ୱ ରହିବ I କୌଣସି ବିଷୟରେ ସଠିକ ନିର୍ଣ୍ଣୟ ନେଇ ପାରିବେ ନାହିଁ I ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ I ବିବାଦୀୟ ପରିସ୍ଥିତି ରୁ ଦୁରେଇ ରୁହନ୍ତୁ I
ତୁଳା : ଦିନର ଆରମ୍ଭ ଖୁସିରେ ହେବ I ଆଜିର ନୂତନ କର୍ମାରମ୍ଭ କ୍ଷେତ୍ରରେ ପାରିବାରିକ ସମସର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ୱିତ କରିବ । ନିଜର ଅବହେଳାଜନିତ ସ୍ୱାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ । ବନ୍ଧୁଙ୍କ ସମ୍ପର୍କରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ ।
ବିଛା : ଆଜି ଆଧ୍ୟାତ୍ମିକ କାର୍ଯ୍ୟରୁ ଦିନ ର ଆରମ୍ଭ ହେବ I କର୍ମକ୍ଷେତ୍ରରେ ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସହକର୍ମୀଙ୍କ ଯୋଗୁ ହୁଏତ କର୍ମକ୍ଷେତ୍ରର ଗତି ମନ୍ଥର ରହିବ। ସଭାସମିତି, ଗବେଷଣା କ୍ଷେତ୍ର, ଆଇନ ଅଦାଲତରେ ସଫଳତା ହାସଲ କରିବେ।
ଧନୁ : ଆୟ ର ବୃଦ୍ଧି ସହିତ ଅଚାନକ ଧାନ ଲାଭ ହେବ । ସାମାଜିକ କାର୍ଯ୍ୟରେ ଭାଗ ନେଇ ମନ ପ୍ରସନ୍ନ ରହିବ । ଦୁଃସାହସିକ ପଦକ୍ଷେପ ନେଇ ସଫଳ ହେବେ। ପରିବାର ସହଯୋଗରେ ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ।
ମକର: ଦାମ୍ପତ୍ୟ ଜୀବନ ସୁଖମୟ ହେବ I ପରିବାରର ସହମତିରେ ନୂତନ ଯୋଜନା ସକାଶେ ମନ ବଳାଇ କାର୍ଯ୍ୟ ଆରମ୍ଭ କରି ପାରନ୍ତି ।। ଆର୍ଥିକସ୍ତରରେ ପରିବର୍ତ୍ତନ ଆସିବ। ମହିଳାମାନେ କର୍ମତତ୍ପର ରହିବେ। ପାରିବାରିକ ସମସ୍ୟାର ସମାଧାନ ଘଟିବ।
କୁମ୍ଭ : ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଦିନଟି ଉତ୍ତମ । ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ସରକାରୀ ସ୍ତରରୁ ହଠାତ୍ ଆଶା କରୁଥିବା କୌଣସି ଧାର୍ମିକ କାର୍ଯ୍ୟ ପାଇଁ ଯୋଜନା କରିବେ I ଶୁଭ ଖବର ଶୁଣି ଖୁସି ହେବେ।
ମୀନ : ଧାର୍ମିକ ଅଥବା ଜ୍ୟୋତିଷ ଚର୍ଚା ଉପରେ ଧ୍ୟାନ ଦେବେ I ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ I ବ୍ୟବସାୟ ରେ ଲାଭ ହେବ I ଆର୍ଥିକ ଦିଗଟି ଉନ୍ନତ ରହିବ I ପାରିବାରିକ ଜୀବନ ସୁଖମୟ ହେବ I