ଦୈନିକ ଭାଗ୍ୟଫଳ

ରାଶିଫଳ : ୦୫-୦୮-୨୦୨୨ ଶୁକ୍ରବାର : ଏହି ରାଶିର ବ୍ୟକ୍ତି ମାନେ କାର୍ଯ୍ୟକ୍ଷେତ୍ରରେ ଅପାର ସଫଳତା ପାଇବେ I ମୀନ ,ତୁଳା,ବିଛା ରାଶି ପାଇଁ ଦିନଟି ଶୁଭଙ୍କର ହେବ ଇ ଆସନ୍ତୁ ଜାଣିବା ଆପଣଙ୍କ ରାଶିଫଳ ବିଷୟରେ :

ମେଷ : ପିଲାମାନଙ୍କ କ୍ୟାରିଅର କୁ ନେଇ ଚିନ୍ତିତ ରହିବେ I କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତ ରହିବେ I ଆପଣ ସରକାରୀ କାର୍ଯ୍ୟରେ ସଫଳତା ପାଇବେ I ପେଟ ଯନ୍ତ୍ରଣା ଦେଖାଦେବ I ଆର୍ଥିକ ସ୍ଥିତି ସ୍ଥିର ରହିବ I

ବୃଷ : ମାନସିକ ସ୍ତରରେ ଚିନ୍ତିତ ରହିବେ I ବନ୍ଧୁ ଦର୍ଶନ ହେବ I କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ I ଆପଣ ପିତାଙ୍କ ପକ୍ଷରୁ ଲାଭ ପାଇପାରିବେ I ଛାତ୍ରମାନଙ୍କ ମନ ଅଧ୍ୟୟନରେ ନିୟୋଜିତ ହେବ I ଆର୍ଥିକ ସଙ୍କଟ ଦୂର ହେବ I

ମିଥୁନ : ନୂତନ ଯୋଜନା ଆରମ୍ଭ କରିବାକୁ ଆଜି ଏକ ଅନୁକୂଳ ଦିନ I ସରକାରୀ କାର୍ଯ୍ୟରେ ଲାଭ ହେବ I ଆପଣ ଅଧିକାରୀଙ୍କ ଠାରୁ କାର୍ଯ୍ୟର ସଠିକ୍ ଫଳାଫଳ ମଧ୍ୟ ପାଇପାରିବେ I ପରିବାରରେ ସୁଖ ଶାନ୍ତି ରହିବ I ଚିନ୍ତାଧାରା ପରିବର୍ତ୍ତନ ହେବ I ଆର୍ଥିକ ପ୍ରସଙ୍ଗରେ ଯତ୍ନବାନ ହେବା ଜରୁରୀ I

କର୍କଟ : ନକାରାତ୍ମକ ଚିନ୍ତାଧାରା ଦ୍ୱାରା ମନ ଖରାପ ହେବ I କାର୍ଯ୍ୟକ୍ଷେତ୍ରରେ ନିରାଶା ଏବଂ ଅସନ୍ତୋଷର ଅନୁଭବ କରିବେ I ପରିବାର ସଦସ୍ୟଙ୍କ ସହିତ ବିତର୍କ ହୋଇପାରେ I ବିଦ୍ୟାର୍ଥୀ ମାନେ ଉନ୍ନତି କରିବେ I ଆର୍ଥିକ ନେଣ ଦେଣ ପାଇଁ ଦିନଟି ଶୁଭଙ୍କର ନୁହେଁ I

ସିଂହ : ଶାରୀରିକ ସୁସ୍ଥତା ଅନୁଭବ କରିବେ। ମାନ ସମ୍ମାନ ମିଳିବ। ଆଗକୁ ବଢ଼ିବା ପାଇଁ ଭଲ ଦିନଟିଏ। ଜରୁରୀ କାର୍ଯ୍ୟରେ ବନ୍ଧୁ ସାହାଯ୍ୟ କରିବେ। ଉଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ଜରୁରୀ ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ମିଳିବ।

କନ୍ୟା : ଅହଂକାର ପରିତ୍ୟାଗ କରନ୍ତୁ I ଶାରୀରିକ ଥକ୍କା ଏବଂ ମାନସିକ ଚାପ ରହିବ I ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ପାଇଁ ଯୋଜନା କରିବେ I ଧାର୍ମିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରିବେ I ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ I

ତୁଳା : ଆଜି ଆପଣଙ୍କ ପାଇଁ ଦିନଟି ଶୁଭଙ୍କର ଅଟେ I ଆପଣ ଅନେକ କ୍ଷେତ୍ରରୁ ଉପକୃତ ହେବେ I ଆୟ ମଧ୍ୟ ବୃଦ୍ଧି ପାଇବ I କାର୍ଯ୍ୟକ୍ଷେତ୍ରରେଉନ୍ନତି କରିବେ I ପାରିବାରିକ ଜୀବନ ସୁଖମୟ ହେବ I ଅବିବାହିତ ମାନଙ୍କର ବିବାହ ପ୍ରସ୍ତାବ ସ୍ଥିର ହେବ ଶୁଖାଦ୍ୟ ଭୋଜନ କରିବେ I

ବିଛା : ଆପଣଙ୍କ ପାଇଁ ଭଲ ଦିନଟିଏ I ବ୍ୟବସାୟ ତଥା ବୃତି ରେ ଉନ୍ନତି କରିବେ I ଉପରିସ୍ଥ ଅଧିକାରୀମାନେ ଖୁସି ହେବେ। କାର୍ଯ୍ୟରେ ସଫଳତା ପାଇବା ସହଜ ହେବ I ସମ୍ମାନର ବୃଦ୍ଧି ହେବ I ପାରିବାରିକ ଜୀବନରେ ମଧ୍ୟ ଖୁସିର ବାତାବରଣ ରହିବ ପିଲାମାନଙ୍କ ଅଗ୍ରଗତି ସହିତ ସନ୍ତୁଷ୍ଟ ରହିବେ I

ଧନୁ : ଆଜିର ଦିନ ଅତ୍ୟନ୍ତ ଶୁଭ। ରାଜଯୋଗ ରହିଛି। ସାହସିକ ପଦକ୍ଷେପ ନେବେ। ଆର୍ଥିକ ମେରୁଦଣ୍ଡ ସୁଦୃଢ ରହିବ। ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବେ। ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ। ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ମିଳିବ। ବୈବାହିକ ଜୀବନ ଆନନ୍ଦମୟ ହେବ।

ମକର : ଆଜି ପ୍ରତ୍ୟେକ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରଥମେ କରିବେ କିନ୍ତୁ କର୍ମ କ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳ ବିଶ୍ୱାସ କରି ଠକି ଯିବେ। ଅତୀତ ଘଟଣା, ସ୍ବାସ୍ଥ୍ୟହାନୀ କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ମହିଳାମାନେ କୌଣସି ଶୁଭ କାମରେ ଯୋଗ ଦେବେ।

କୁମ୍ଭ : ଦିନଟି ଉତ୍ତମ କଟିବ I ନୂତନ କାର୍ଯ୍ୟରେ ହାତ ଦେବେ I କାର୍ଯ୍ୟ ଜନିତ ଦୂର ସ୍ଥାନ କୁ ଯାତ୍ରା କରିପାରନ୍ତି I ବିଦ୍ୟାର୍ଥିମାନେ ପଢାପଢିରେ ଆଗେଇବେ I ଗୁପ୍ତ କଥା ବାହାରେ ପ୍ରକାଶ କରନ୍ତୁ ନାହିଁ I କରଜ ଫେରସ୍ତ ପାଇବେ I

ମୀନ : ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ I ଦୃଢ଼ତା ର ସହିତ ସମସ୍ତ କାର୍ଯ୍ୟ ସମାପ୍ତ କରିବେ I ପରିବାରରେ ସୁଖ ଶାନ୍ତି ଅତୁଟ ରହିବ I କାର୍ଯ୍ୟକ୍ଷେତ୍ରରେ ସହ କର୍ମୀ ମାନଙ୍କର ସମର୍ଥନ ମିଳିବ I ମହିଳା ମାନଙ୍କୁ ମା’ଙ୍କ ଘରୁ ଶୁଭ ସମାଚାର ମିଳିବ I ଆର୍ଥିକ ସ୍ଥିତି ସୁଦୃଢ ରହିବ I