ଦୈନିକ ଭାଗ୍ୟଫଳ

ରାଶିଫଳ : ୦୩-୦୮-୨୦୨୨ ବୁଧୁବାର : ଏହି ରାଶି ମାନଙ୍କ ପାଇଁ ଦିନଟି ସୁଖମୟ ହେବ

ମେଷ : ଆଜି ଆପଣଙ୍କ ପାଇଁ ଏକ ସୁନ୍ଦର ଦିନ ହେବ I ଆର୍ଥିକ ଯୋଜନା ସଫଳ ହେବ I ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ଲୋକ ସମ୍ପର୍କ ବୃଦ୍ଧି ପାଇବ I ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ I ସେବା ପରାୟଣ ହେବେ I

ବୃଷ : ଦିନଟି ଆପଣଙ୍କ ସପକ୍ଷରେ ଯାଉଛି I ଆଜି ଆପଣ ବିତର୍କରେ ସଫଳତା ପାଇବେ I ଆପଣଙ୍କ ସୁନ୍ଦର ବ୍ୟବହାର ପାଇଁ ସମ୍ମାନିତ ହେବେ I ନୂତନ ସମ୍ପର୍କ ଗଠନ ହେବ, ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଉପଯୋଗୀ ହେବ I କଠିନ ପରିଶ୍ରମ ର ଉତ୍ତମ ଫଳ ପାଇବେ I ଛାତ୍ର ଛାତ୍ରୀ ମାନେ ପଢାପଢି ରେ ଆଗେଇବେ I

ମିଥୁନ : ଆଜି ଆପଣ ଅତ୍ୟଧିକ ଭାବପ୍ରବଣ ହୁଅନ୍ତୁ ନାହିଁ I ବ୍ୟବସାୟିକ ସମ୍ପର୍କରେ କୌଣସି ନୂତନ ସମ୍ପର୍କ ସ୍ଥାପନ କରିବା ଉଚିତ୍ ନୁହେଁ I ଅତ୍ୟଧିକ ଚିନ୍ତା ଯୋଗୁଁ ମାନସିକ ଥକ୍କା ଅନୁଭବ କରାଯାଇପାରେ I ପରିବାର ସଦସ୍ୟଙ୍କ ସହିତ କିଛି ଅର୍ଥ ସମ୍ବନ୍ଧୀୟ ବିବାଦ ହୋଇପାରେ I ଆଜି ଯାତ୍ରା ସ୍ଥଗିତ ରଖନ୍ତୁ I

କର୍କଟ : ଦିନଟି ହସ ଖୁସିରେ ଭାରି ରହିବ Iବ୍ୟବସାୟୀ ମାନଙ୍କ ପାଇଁ ଦିନଟି ଉତ୍ତମ ରହିବ। ଦୂର ଯାତ୍ରା କରିପାରନ୍ତି। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତ ହେବା ମଉକା ପାଇପାରିବେ। ଶତ୍ରୁ ପରାଜିତ ହେବେ I

ସିଂହ : ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଫଳପ୍ରଦ ଦିନ I ଆପଣ ପରିବାର ସଦସ୍ୟଙ୍କ ସହିତ ଏକ ଭଲ ସମୟ ବିତାଇବାକୁ ସମର୍ଥ ହେବେ I ସାଙ୍ଗମାନ ଙ୍କ ଠାରୁ ଭଲ ସମର୍ଥନ ପାଇବେ I ଆୟଠାରୁ ଖର୍ଚ ଅଧିକ ହେବ। ଆଜି ଆପଣ ମଧୁର ବ୍ୟବହାର ସହିତ ସମସ୍ତଙ୍କ ମନ ଜିତିବେ I ସମସ୍ତ କାର୍ଯ୍ୟ ବ୍ୟବସ୍ଥିତ ଭାବରେ ସମାପ୍ତ ହେବ I

କନ୍ୟା : ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବେ Iଅର୍ଥାଗମ ହୋଇପାରେ। କର୍ମକ୍ଷେତ୍ରରେ ସଫଳତା ପାଇପାରନ୍ତି। କୌଶଳ ଅବଲମ୍ବନ କରି ଲକ୍ଷ୍ୟ ପୂରଣରେ ସମର୍ଥ ହୋଇପାରନ୍ତି। ଘରକୁ ବନ୍ଧୁ ଆଗମନ କରିବେ I

ତୁଳା : ମନ ରେ ଦ୍ୱନ୍ଦ୍ୱ ଉପୁଜିବ I ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ I କାର୍ଯ୍ୟ କ୍ଷେତ୍ର ରେ ଚାପ ବଢିବ I ସମ୍ପର୍କୀୟଙ୍କ ସହ ମତଭେଦ ହୋଇପାରେ । ମନୋରଞ୍ଜନ କିମ୍ବା ଭ୍ରମଣ ପଛରେ ଟଙ୍କା ଖର୍ଚ୍ଚ ହେବ I ପିଲାମାନ ଙ୍କୁ ନେଇ ଖୁସି ହେବେ I

ବିଛା :କାର୍ଯ୍ୟକ୍ଷେତ୍ରରୁ ଲାଭ ପାଇବେ । ବୁଲା ବୁଲିର ଦିନଟି ବିତିବ I ଜମିଜମା ଏବଂ ଗାଡିକୁ ନେଇ କିଛି କଷ୍ଟ ପାଇପାରନ୍ତି। ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ I

ଧନୁ : ଦିନଟି ସୁଖମୟ ହେବ I ପରୋପକାରୀ ହେବେ I ଆପଣ ଆଜି ବ୍ୟବସାୟରେ କିଛି ମହତ୍ କାର୍ଯ୍ୟ କରିବାକୁ ସମର୍ଥ ହେବେ I ବ୍ୟବସାୟ କିମ୍ବା ଚାକିରି ହେତୁ, ଆପଣଙ୍କୁ ବାହାରେ ଏକ ସଭାକୁ ଯିବାକୁ ପଡିପାରେ I ଅଧିକାରୀମାନେ ଆପଣଙ୍କ ଉପରେ ଖୁସି ହେବେ I ପଦୋନ୍ନତିର ସମ୍ଭାବନା ଅଛି I

ମକର : ଆଜି ଏକ ମଧ୍ୟମ ଫଳପ୍ରଦ ଦିନ I ଆପଣ ସାହିତ୍ୟରେ ଏକ ନୂତନ ସୃଷ୍ଟି ସୃଷ୍ଟି କରିବାକୁ ସମର୍ଥ ହେବେ I ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସମାପ୍ତ କରିବେ I ବନ୍ଧୁ ସହଯୋଗ କରିବେ I ଆଜି ଅନାବଶ୍ୟକ ଖର୍ଚ୍ଚରୁ ଦୂରରେ ରୁହନ୍ତୁ I

କୁମ୍ଭ : ଆଜି ଆପଣ ନକାରାତ୍ମକ ଚିନ୍ତାଧାରାରୁ ଦୂରରେ ରୁହନ୍ତୁ I ଆପଣ ଅଧିକ ଚିନ୍ତା କରି ଅସୁବିଧାରେ ପଡ଼ିବେ I ନିୟମ ବିରୁଦ୍ଧ କାର୍ଯ୍ୟ କରନ୍ତୁ ନାହିଁ I ଧ୍ୟାନ ଏବଂ ଆଧ୍ୟାତ୍ମିକତା ଆପଣଙ୍କ ମନରେ ଶାନ୍ତି ଆଣିବ I ପିଲାମାନଙ୍କ ପଢାପଢି କୁ ନେଇ ଚିନ୍ତିତ ରହିବେ I

ମୀନ : ଆଜି ଆପଣ ମନୋରଞ୍ଜନ ଏବଂ ଆନନ୍ଦରେ ବୁଡି ରହିବେ I କଳାକାର, ଲେଖକ ମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ I ସହଭାଗୀତା କାର୍ଯ୍ୟରେ ଆପଣ ଉପକୃତ ହେବେ I ଆପଣ ସମ୍ପର୍କୀୟ ଏବଂ ସାଙ୍ଗମାନଙ୍କ ସହିତ ପର୍ଯ୍ୟଟନକୁ ଉପଭୋଗ କରିବାକୁ ସମର୍ଥ ହେବେ I ଦାମ୍ପତ୍ୟ ଜୀବନରେ ଘନିଷ୍ଠତା ଏବଂ ମଧୁରତା ରହିବ | ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ I