ଦୈନିକ ଭାଗ୍ୟଫଳ

ରାଶିଫଳ :୦୧-୦୮-୨୦୨୨: ଆଜି ଏହି ରାଶି ମାନଙ୍କର ଆତ୍ମ ବିଶ୍ୱାସ ବୃଦ୍ଧି ପାଇବ I ତୁଳା,ବିଛା,ମୀନ ରାଶି ମାନଙ୍କ ପାଇଁ ଦିନଟି ଶୁଭଙ୍କର ହେବ I

ମେଷ : କ୍ରୋଧକୁ ନିୟନ୍ତ୍ରଣ ରେ ରଖନ୍ତୁ I ଆଜି ଆପଣ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିବେ I ଆପଣ ପିଲାମାନଙ୍କ ବିଷୟରେ ଚିନ୍ତିତ ହୋଇପାରନ୍ତି I କାର୍ଯ୍ୟର ବ୍ୟସ୍ତତା ହେତୁ ଆପଣ ପରିବାର ପ୍ରତି କମ୍ ଧ୍ୟାନ ଦେବେ I ଆପଣ ସରକାରୀ କାର୍ଯ୍ୟରେ ସଫଳତା ପାଇବେ I ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ I

ବୃଷ : ଆଜି ଆପଣ ଦୃଢ ମନୋବଳ ଏବଂ ଆତ୍ମବିଶ୍ୱାସ କାର୍ଯ୍ୟରେ ଆଗେଇବେ I ସମସ୍ତ କାର୍ଯ୍ୟରେ ସଫଳତା ପାଇବେ Iଆପଣ ପିତାଙ୍କ ପକ୍ଷରୁ ଲାଭ ପାଇପାରିବେ I ଛାତ୍ରମାନଙ୍କ ମନ ଅଧ୍ୟୟନରେ ନିୟୋଜିତ ହେବ I ସରକାରୀ କାର୍ଯ୍ୟରେ ଆପଣ ଆର୍ଥିକ ଲାଭ ପାଇପାରିବେ I ପିଲାମାନଙ୍କ ପାଇଁ ପୁଞ୍ଜି ବିନିଯୋଗ କରିବେ I

ମିଥୁନ :ନୂତନ କାର୍ଯ୍ୟ ଯୋଜନା ଆରମ୍ଭ କରିବାକୁ ଆଜି ଏକ ଅନୁକୂଳ ଦିନ I ସରକାରୀ କାର୍ଯ୍ୟରେ ଲାଭ ହେବ I ଆପଣ ଙ୍କର ଉଚ୍ଚ ଅଧିକାରୀଙ୍କ ଠାରୁ କାର୍ଯ୍ୟରେ ସଫଳତା ପାଇବେ I ଆର୍ଥିକ ଉନ୍ନତି ସହିତ,ପାରିବାରିକ ବୁଝାମଣା ଉତ୍ତମ ରହିବ I

କର୍କଟ : ନକାରାତ୍ମକ ଚିନ୍ତାଧାରା ଦ୍ୱାରା ମନ ଅସୁବିଧାରେ ରହିପାରେ I କାର୍ଯ୍ୟ କ୍ଷେତ୍ରରେ ନିରାଶା ଏବଂ ଅସନ୍ତୋଷ ରହିବ I ପରିବାର ସଦସ୍ୟଙ୍କ ସହିତ ବିତର୍କ ହୋଇପାରେ I ଆଜି ଯଥା ସମ୍ଭବ ଚୁପ ରୁହନ୍ତୁ I

ସିଂହ :ଆଜି ଆତ୍ମବିଶ୍ୱାସ ବୃଦ୍ଧି ପାଇବ I ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଅଭାବ ଦୂରେଇବାର ପ୍ରୟାସ କଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। କୌଶଳ ଅବଲମ୍ବନ କରି ଲକ୍ଷ୍ୟ ପୂରଣରେ ସମର୍ଥ ହୋଇପାରନ୍ତି।

କନ୍ୟା : ନିଜ ଅହଂକାର କୁ ଦୁରେଇ ଦିଅନ୍ତୁ । ଅଯଥା ଚିନ୍ତାରୁ ମୁକ୍ତି ପାଇବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ଯେଉଁମାନେ ନିଜ ପ୍ରିୟ ସହ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଏହା ଅତି ସ୍ମରଣୀୟ କ୍ଷଣ ହେବ।

ତୁଳା :ଆପଣଙ୍କ ପାଇଁ ଆଜି ଶୁଭ ଦିନ ହେବ I ଆପଣ ଅନେକ କ୍ଷେତ୍ରରୁ ଉପକୃତ ହେବେ I ଆୟ ମଧ୍ୟ ବୃଦ୍ଧି ପାଇପାରେ I ବନ୍ଧୁମାନେ ଉପକୃତ ହେବେ ଏବଂ ସେମାନଙ୍କ ପଛରେ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇପାରିବ I ଉତ୍ତମ ଭୋଜନ କାଟିବେ I ପାରିବାରିକ ଜୀବନ ସୁଖମୟ ହେବ I

ବିଛା : ବ୍ୟବସାୟୀ ମାନଙ୍କ ପାଇଁ ଆଜି ଏକ ଉତ୍ତମ ଦିନ ହେବ I ଉପରିସ୍ଥ ଅଧିକାରୀମାନେ ଖୁସି ହେବେ। କାର୍ଯ୍ୟରେ ସଫଳତା ସହିତ ସମ୍ମାନର ବୃଦ୍ଧି ମଧ୍ୟ ହେବ I ଚାକିରିରେ ପଦୋନ୍ନତି ହେବ I ପାରିବାରିକ ଜୀବନ ସୁଖମୟ ହେବ I

ଧନୁ : ସାମୟିକ ଭାବରେ ସ୍ୱାସ୍ଥ୍ୟ ଖରାପ ହୋଇପାରେ I କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଭଲ ସୁଯୋଗ ମିଳିପାରେ। ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର ସବୁ କାମ ପୂରା ହେବ । ଚାକରି ସମ୍ବନ୍ଧରେ ଭଲ ଖବର ପାଇବେ । ପାରିବାରିକ ଜୀବନ ସୁଖମୟ ହେବ I

ମକର : ଆଜି ଅଚାନକ ଅର୍ଥ ଖର୍ଚ ହେବ I ଦିନ ସାରା ବ୍ୟସ୍ତ ରହିବେ I ଆନୁଷ୍ଠାନିକ କ୍ଷେତ୍ର, ସଭାସମିତି, ରାଜନୀତିରେ ଆଲୋଚନା ଅସମାପ୍ତ ରହିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ,ଏଜେନସିପ୍‌, କଳା, ସାହିତ୍ୟ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ।

କୁମ୍ଭ : ଦିନଟି ମନୋରଞ୍ଜନ ଭରା ରହିବ I ଆପଣ ଦୃଢ ମନୋବଳ ଏବଂ ଆତ୍ମବିଶ୍ୱାସ ସହିତ ପ୍ରତ୍ୟେକ କାର୍ଯ୍ୟ ସମାପ୍ତ କରିବେ I ସ୍ଥାନାନ୍ତରଣ-ପର୍ଯ୍ୟଟନର ସମ୍ଭାବନା ଅଛି I ଭଲ ଖାଦ୍ୟ ଏବଂ ନୂତନ ପୋଷାକ ଉପହାର ପାଇବେ I ନୂତନ ଯାନ ବାହାନ କ୍ରୟ କରି ପାରନ୍ତି I

ମୀନ : ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ I ମନୋବଳ ଏବଂ ଆତ୍ମବିଶ୍ୱାସ ଦୃଢ ହେବ I ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ I ଘରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ I ମହିଳାମାନେ ମାତୃ ଘରୁ କିଛି ଭଲ ଖବର ପାଇପାରିବେ I କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସମର୍ଥନ ପାଇବେ I