ଦୈନିକ ଭାଗ୍ୟଫଳ

ରାଶିଫଳ :୦୮-୦୭-୨୦୨୨ ଶୁକ୍ରବାର : ଏହି ରାଶିର ବ୍ୟକ୍ତିମାନେ ନୂତନ କାର୍ଯ୍ୟ ଭାର ନେଇପାରନ୍ତି I ମେଷ,ଧନୁ -ଆର୍ଥିକ ଲାଭ କରିବେ I ବୃଷ ,କର୍କଟ -ନୂତନ କାର୍ଯ୍ୟ ପନ୍ଥା ଗ୍ରହଣ କରିବେ I

ମେଷ :ପାରିବାରିକ ଜୀବନ ସୁଖମୟ ହେବ I ଆପଣ ନିଜ ଜୀବନସାଥୀଙ୍କ ସହିତ ଭଲ ସମୟ ବିତାଇବେ I ଆର୍ଥିକ ଲାଭ ସହିତ କାର୍କଯ୍ୟକ୍ଷେତ୍ରରେ ଉନ୍ନତି ହେବ I

ବୃଷ : ଆଜି ଆପଣଙ୍କ ପାଇଁ ଶୁଭ ଦିନ I ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ I ମାନସିକ ଚିନ୍ତା ବଢିବ I ଯୋଜନା ଅନୁଯାୟୀ ଦିନର ସମସ୍ତ କାର୍ଯ୍ୟ ସମାପ୍ତ ହେବ I ରୋଜଗାରର ନୂତନ ପନ୍ଥା ଆପଣେଇବେ I ବାକି ରହିଥିବା କୌଣସି ଅସମାପ୍ତ କାର୍ଯ୍ୟ ସମାପ୍ତ ହୋଇପାରିବ I

ମିଥୁନ : ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ନୁହେଁ I ଜୀବନସାଥୀ ଏବଂ ପିଲାମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ I ଯୁକ୍ତି ତର୍କରୁ ଦୁରେଇ ରୁହନ୍ତୁ I ସାଙ୍ଗମାନଙ୍କ ପାଇଁ ଖର୍ଚ୍ଚାନ୍ତ ହେବେ I ଦିନଟି ଜଗି ରଖି ଚଳନ୍ତୁ I

କର୍କଟ : ଆପଣ ଶାରୀରିକ ଏବଂ ମାନସିକ ଅସୁସ୍ଥତା ଅନୁଭବ କରିବେ I କାର୍ଯ୍ୟଚାପ ବଢିବ I ନୂତନ କାର୍ଯ୍ୟରେ ଯୋଗ ଦେବେ I ପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟା ପ୍ରକାଶ କରି ବିବାଦୀୟ ହୋଇପାରନ୍ତି। ବହୁ ଦିନର ଆଶା ଓ ଅଭିଳାଷ ପୂରଣ ହେବ।

ସିଂହ : ଦିନ ସାରା ଫୁର୍ତି ଅନୁଭବ କରିବେ I ଅଫିସରେ ଆପଣଙ୍କ କାମର ବୋଝ କମ୍ ରହିବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ଜୀବନସାଥୀଙ୍କ ପାଇଁ କୌଣସି ମୂଲ୍ୟବାନ ବସ୍ତୁ କିଣି ପାରନ୍ତି। ସଙ୍ଗୀତ କଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ।

କନ୍ୟା : ପରିବାରରେ ସୁଖଶାନ୍ତି ଅତୁଟ ରହିବ I ଆପଣଙ୍କ ମଧୁର ବ୍ୟବହାରରେ ପ୍ରିୟଜନ ପ୍ରଭାବିତ ହେବେ I ନିଜର ପ୍ରତିଭାକୁ ବିକଶିତ କରିବା ଲାଗି ବଡ଼ ସୁଯୋଗ ମିଳିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ପରିବାରରେ କୌଣସି ଦାୟିତ୍ବ ଗ୍ରହଣ କରିବେ।

ତୁଳା : କଳା ପ୍ରତି ରୁଚି ବଢିବ I ହସଖୁସିରେ ଦିନଟିକୁ କାଟିବେ। ଆର୍ଥିକ କାରବାରରେ ସତର୍କ ରୁହନ୍ତୁ I ଅପରାହ୍ନରେ ଆପଣଙ୍କ ନାମରେ ମିଥ୍ୟା ଗୁଜବ ଦେଖାଦେଇପାରେ, ସତର୍କ ରୁହନ୍ତୁ।

ବିଛା : ଦୂରସ୍ଥାନ ରୁ ଶୁଭ ଖବର ମିଳିବ I ଜରୁରୀ କାମ ନିର୍ଦ୍ଧାରିତ ସମୟରେ ଶେଷ ହେବ। ଆମୋଦ ପ୍ରମୋଦରେ ଅର୍ଥ ଖର୍ଚ କରିବେ I ଜମି ଦଲାଲଙ୍କୁ ଯଥେଷ୍ଟ ଧନଲାଭ ହେବ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ।

ଧନୁ : ଚତୁର୍ଦିଗ ରୁ ସଫଳତା ମିଳିବ I ପରିବାରରେ ଖୁସିର ମାହୋଲ ରହିବ । ବାଣିଜ୍ୟ, ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ବ୍ୟତୀତ କିଛି କରିପାରିବେ ନାହିଁ।

ମକର : ଭବିଷ୍ୟତ ପାଇଁ ଆର୍ଥିକ ଯୋଜନା କରିପାରନ୍ତି Iଅଧିକାଂଶ ମାମଲାରେ ନିଜକୁ ଭାଗ୍ୟଶାଳୀ ମନେ କରିବେ। ବିଜ୍ଞାନ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସଫଳତା ମିଳିବ। ବ୍ୟବସାୟରେ ବକେୟା ଅର୍ଥ ପାଇପାରିବେ।

କୁମ୍ଭ : କୌଣସି ଅଜଣା ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ Iପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁ ସହ ଭଲରେ ସମୟ ଅତିବାହିତ କରିବେ। ଶତ୍ରୁମାନେ ଯେତେ ସମସ୍ୟା ସୃଷ୍ଟି କରିବେ ଆପଣ ସେତେ ଲାଭ ପାଇବେ।

ମୀନ :ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ I ଅଚାନକ ଅର୍ଥ ଖର୍ଚ ହେବ I କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ବିଚାର ବିମର୍ଶ କରିନିଅନ୍ତୁ। ମିଥ୍ୟା ଅପବାଦରେ ଅପମାନିତ ହେବେ। କାରବାରରେ ଉତ୍‍ଥାନ ପତନ ଲାଗିରହିବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।