ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫% ବଢ଼ିଲା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି କରିଛନ୍ତି । ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜାନୁଆରୀ ୧ରୁ ମିଳିବ। କର୍ମଚାରୀମାନେ ଏହି ବର୍ଦ୍ଧିତ ଡିଏକୁ ସେମାନଙ୍କ ଜୁଲାଇ ମାସର ଦରମା ସହ ପାଇବେ। ଫଳରେ ମହଙ୍ଗା ଭତ୍ତା ୨୫୭ ପ୍ରତିଶତରୁ ବୃଦ୍ଧି ପାଇ ୨୬୨ ପ୍ରତିଶତ ହୋଇଛି । ବର୍ଦ୍ଧିତ ମହଙ୍ଗା ଭତ୍ତା ଦ୍ୱାରା ରାଜ୍ୟ ସରକାରୀ କର୍ମଚାରୀଙ୍କ ସହ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀ, ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ବେତନ ବହନ କରାଯାଉଥିବା ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ, ୟୁଜିସି ଓ ଏଆଇସିଟିଇ ବେତନ ସ୍କେଲରେ ଥିବା କଲେଜ ଶିକ୍ଷକ, ମେଡିକାଲ କଲେଜ ଶିକ୍ଷକ, ଅଧସ୍ଥନ ନ୍ୟାୟିକ ଅଧିକାରୀ, ୱାର୍କଚାର୍ଜ କର୍ମଚାରୀ ଓ କନ୍ସୋଲିଡେସନ୍ ଓ ସେଟଲମେଣ୍ଟ ସଂଗଠନର ନିୟମିତ ବେତନ ସ୍କେଲରେ ଥିବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ ହେବ। ସେହିପରି ପେନସନଧାରୀମାନେ ମଧ୍ୟ ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇବେ।