ଭୁବନେଶ୍ୱର: ଅନଲାଇନରେ କାରବାର କରୁଥିବା ଲୋକମାନଙ୍କୁ ସାବଧାନ। ମାତିଛନ୍ତି ସାଇବର ଲୁଟେରା । ଆଖି ପିଛୁଳାକେ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି ସାଇବର ଠକ । ବିଧାନସଭାରୁ ଆସିଛି ଡରାଇଭଳି ତଥ୍ୟ । ଦୁଇ ବର୍ଷରେ ଲୁଟିଲେଣି ୭୧୧ କୋଟିରୁ ଅଧିକ ଟଙ୍କା । କିନ୍ତୁ ସାଇବର ଠକଙ୍କ ଠାରୁ ଫେରିଛି ମାତ୍ର ୭ କୋଟି ଟଙ୍କା । ବିଧାନସଭାରେ ଏନେଇ ଲିଖିତ ଭାବେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧାନସଭାର ତଥ୍ୟ କହୁଛି ୨୦୨୪ରେ ୨୭ ହଜାର ୩୬୮ ଟି ମାମଲା ରୁଜୁ ହେଉଥିବା ବେଳେ, ୨୭୯ କୋଟି ୭୧ ଲକ୍ଷ ୨୯ ହାଜର ୬୬୨ ଟଙ୍କା ଠକେଇ ହେଇଛି l ସେଥିମଧ୍ୟରୁ ମାତ୍ର ୨ କୋଟି ୪୭ ଲକ୍ଷ ୮୭ ହଜାର ୨୬୮ ଟଙ୍କା ରିକଭରି ହୋଇଛି। ସେହିପରି ୨୦୨୫ ରେ ୪୯ ହଜାର ୪୨୬ ମାମଲା ରୁଜୁ ହେଇଥିବା ବେଳେ, ୪୩୨ କୋଟି, ୨୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ। ଯାହା ଭିତରୁ ଫେରିପାରିଛି ମାତ୍ର ୫ କୋଟି ୩୧ ଲକ୍ଷ, ୪୫ ହଜାର ୮୮୬ ଟଙ୍କା ।