ଶ୍ରୀମନ୍ଦିରରେ ପ୍ରବଳ ଭିଡ଼: ସୁନାବେଶ ଦେଖିବାକୁ ଧସେଇ ହୋଇ ପଶିଲେ ଭକ୍ତ,ପରିସ୍ଥିତି ଅଣାୟତ୍ତ

ପବିତ୍ର ଦୋଳ ପୂର୍ଣ୍ଣମୀ ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ଼ ଲାଗିଛି I ଆଜି ଶ୍ରୀମନ୍ଦିର ରେମହାପ୍ରଭୁ ଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ I ସୁନାବେଶ ଦେଖିବାକୁ ପ୍ରତିବର୍ଷ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥାଏ I ସେହିପରି ଆଜି ମଧ୍ୟ ସୁନାବେଶ ଦେଖିବାକୁ ମନ୍ଦିର ବାହାରେ ଭକ୍ତ ଙ୍କ ପ୍ରବଳ ଭିଡ଼ ହୋଇଥିଲା I ନୀତି ବିଳମ୍ବ ପାଇଁ ମହାପ୍ରଭୁଙ୍କ ଦର୍ଶନ କିଛି ସମୟ ବନ୍ଦ ଥିଲା I ବଡଦାଣ୍ଡରେ ପ୍ରାୟ ଦେଢ କିଲୋମିଟର ବ୍ୟାପି ଭକ୍ତଙ୍କର ଭିଡ ଲମ୍ବା ଲାଇନ ହୋଇଥିଲା I ତେଣୁ ଦର୍ଶନ ଆରମ୍ଭ ହେବା ମାତ୍ରେ ବ୍ୟାରିକେଡ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ଧସେଇ ହୋଇ ପଶିଥିଲେ ଶତାଧିକ ଭକ୍ତ । ଫଳରେ ସାମ୍ନାରେ ଥିବା କିଛି ଭକ୍ତ ଠେଲାପେଲା ଯୋଗୁଁ ତଳେ ପଡି ଯାଇଥିଲେ I ମନ୍ଦିର ବାହାରେ ଏକ ପ୍ରକାର ଦଳ ଚକଟା ପରିସ୍ଥିତି ଉପୁଜିଥିଲା I ଅନୁମତି ନ ଥିବା ଦ୍ୱାର ଦେଇ ଭକ୍ତ ଙ୍କ ପ୍ରବେଶ ଯୋଗୁଁ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଥିଲା । ଜଣେ ମାତ୍ର ଜେଟିପି ଓ ଜଣେ ପୋଲିସ ଅଧିକାରୀ ଥିବା ହେତୁ ସ୍ଥିତି ନିୟମନ୍ତ୍ରଣ କରିବା ସମ୍ଭବ ହୋଇପାରିନଥିଲା । ଭିଡ ନିୟନ୍ତ୍ରଣ କରିବାକୁ ପୋଲିସ ନାକେଦମ ହୋଇଥିବା ବେଳେ କିଛି ସେବାୟତ ତଳେ ପଡି ଯାଇଥିବା ମହିଳାଙ୍କୁ ଉଦ୍ଧାର କରିଥିଲେ ।