ଅଷ୍ଟ୍ରେଲୀୟI କ୍ରିକେଟର ସେନ ୱାର୍ନଙ୍କ ପରେ ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ଆଣ୍ଡ୍ରିୟୁ ସାଇମଣ୍ଡସଙ୍କ ଶନିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ୪୬ ବର୍ଷିୟ ସାଇମଣ୍ଡସଙ୍କ କୁଇନ୍ସଲ୍ୟାଣ୍ଡର ଟାଉନ୍ସଭିଲରେ ଏକ କାର ଦୁର୍ଘଟଣାରେ ପରଲୋକ ଘଟିଛି । ସାଇମଣ୍ଡସଙ୍କ ମୃତ୍ୟୁ ପରେ କ୍ରିକେଟ୍ ଦୁନିଆ ସ୍ତବ୍ଧ ହୋଇ ଯାଇଛି ଏବଂ ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଶୋକର ଲହରୀ ଳିଯାଇଛି I ସୂଚନାନୁସାରେ ଚଳିତ ବର୍ଷ ମାର୍ଚ୍ଚରେ ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ କ୍ରିକେଟର ସେନ ୱାର୍ନ ଙ୍କର ହୃଦଘାତ ରେ ମୃତ୍ୟୁ ଘଟିଥିଲା ।
ଦୁର୍ଘଟଣା ପରେ କାରଟି ରାସ୍ତାରୁ ଗଡି ଗଡି ଯାଇଥିଲା Iସାଇମଣ୍ଡଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଇଥିଲା, କିନ୍ତୁ ଏହା ବିଫଳ ହୋଇଥିଲା।ପୋଲିସର କହିବା ଅନୁସାରେ ଦୁର୍ଘଟଣା ଅତି ଭୟଙ୍କର ଥିଲା । ପୂର୍ବତନ କ୍ରିକେଟରଙ୍କ ଶରୀରରେ ଗଭୀର କ୍ଷତ ପହଞ୍ଚିଥିଲା । ସାଇମଣ୍ଡଙ୍କ ଦେହାନ୍ତ ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି । କୁଇନ୍ସଲ୍ୟାଣ୍ଡ ପୋଲିସ କହିଛି ଯେ, ସହର ଠାରୁ ପାଖାପାଖି ୫୦ କିଲୋମିଟର ଭେଷ୍ଟର ହର୍ଭେ ରେଞ୍ଜରେ ରାତି ପ୍ରାୟ ୧୦ଟା ୩୦ରେ ସାଇମଣ୍ଡ ଦୁର୍ଘଟଣାର ସାମ୍ନା କରିଥିଲେ । ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ପୋଲିସ ତୁରନ୍ତ ପହଞ୍ଚିଥିଲା । ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ସାଇମଣ୍ଡସଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି କ୍ରିକେଟ ଅଷ୍ଟ୍ରେଲିଆ ସଭାପତି ଲାକଲାନ ହେଣ୍ଡରସନ୍ । ଅଷ୍ଟ୍ରେଲିଆ କ୍ରିକେଟ ଜଣେ ତାରକା ଖେଳାଳିଙ୍କୁ ହରାଇଲା ବୋଲି ହେଣ୍ଡରସନ୍ କହିଛନ୍ତି । ୧୯୯୮ରେ ଅଷ୍ଟ୍ରେଲିଆ ପାଇଁ ପଦାର୍ପଣ କରିଥିବା ସାଇମଣ୍ଡସ ୨୦୦୯ ଯାଏଁ ଅନ୍ତର୍ଜାତୀୟ କ୍ରିକେଟରେ ସକ୍ରିୟ ଥିଲେ
୪୬ ବର୍ଷୀୟ ସାଇମଣ୍ଡସ ଅଷ୍ଟ୍ରେଲିଆ ପାଇଁ ୨୬ଟି ଟେଷ୍ଟ ଓ ୧୯୮ଟି ଦିନିକିଆ ମୁକାବିଲା ଖେଳିଛନ୍ତି । ୨୬ଟେଷ୍ଟରୁ ସେ ୧୪୬୨ ରନ୍ କରିବା ସହିତ ୨୪ଟି ୱିକେଟ୍ ନେଇଛନ୍ତି । ଏହା ମଧ୍ୟରେ ୨ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ସାମିଲ ରହିଛି । ଏହା ସହିିତ ୧୯୮ଟି ଦିନିକିଆରୁ ୬ଟି ଶତକ ଓ ୩୦ଟି ଅର୍ଦ୍ଧଶତକ ସହିତ ୩୯୭୫ ରନ୍ କରିଥିଲେ ସାଇମଣ୍ଡସ । ଏହା ସହିତ ୧୩୩ଟି ୱିକେଟ ମଧ୍ୟ ନେଇଛନ୍ତି । ୨୦୦୩ ଏବଂ ୨୦୦୭ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ରହିଥିଲେ ସାଇମଣ୍ଡସ ।