ରାଜ୍ୟରେ ଏଲପିଜି କଳାବଜାରୀ ଉପରେ ଚଢ଼ାଉ; ୮,୪୩୪ ଗ୍ୟାସ ସିଲିଣ୍ଡର ଜବତ, ୯ ଗିରଫ

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶାରେ ଏଲପିଜି ସିଲିଣ୍ଡର କଳାବଜାରୀ ଓ ବେଆଇନ ମହଜୁଦ ବିରୋଧରେ ଚଢ଼ାଉ ଅଭିଯାନ ଚାଲିଛି | ରାଜ୍ୟବ୍ୟାପୀ ଚଢ଼ାଉରେ ୮,୪୩୪ଟି ଏଲପିଜି ସିଲିଣ୍ଡର ଜବତ କରାଯାଇଥିବା ବେଳେ, କଳାବଜାରୀ ଅଭିଯୋଗରେ ୯ ଜଣଙ୍କୁ ଗିରଫ କରାଯାଇଛି। ସେପ୍ଟେମ୍ବର ୫ରେ ବିଭାଗ ପକ୍ଷରୁ ମିଳିଥିବା ଖବର ଅନୁସାରେ, ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ରାଜ୍ୟର ବିଭିନ୍ନ ଜିଲ୍ଲାର ୩,୮୧୦ଟି ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉ ପରେ ବିଭାଗ କଡ଼ା ଆଇନଗତ ପଦକ୍ଷେପ ମଧ୍ୟ ନେଇଛି। ୪୬ଟି ଏଫ୍‌ଆଇଆର୍‌ ରୁଜୁ ହୋଇଥିବା ବେଳେ, ଅତ୍ୟାବଶ୍ୟକ ସାମଗ୍ରୀ ଆଇନ (EC Act) ଅନୁସାରେ ୪୯୬ଟି ମାମଲା ରୁଜୁ କରାଯାଇଛି। ଏପର୍ଯ୍ୟନ୍ତ ୯ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। କଳାବଜାରୀ ରୋକିବା ଏବଂ ପ୍ରକୃତ ଉପଭୋକ୍ତାଙ୍କୁ ସିଲିଣ୍ଡର ଯୋଗାଣ ସୁନିଶ୍ଚିତ କରିବା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ |