ରାଜ୍ୟର ବ୍ୟାପୁଛି କୋଭିଡ୍ ସଂକ୍ରମଣ : ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଅଣାୟତ ପରିସ୍ଥିତିରେ ପହଂଚିଲାଣି କରୋନା ସହିତ ଓମୀକ୍ରନ ସଂକ୍ରମଣ । ଗତ ୩ ଦିନ ମଧ୍ୟ ରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମଣ I ସେହି ଅନୁସାରେ କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନ ୫ଟାରେ କୋଭିଡ୍ ସ୍ଥିତି ସମୀକ୍ଷା କରିବେ । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ରାଜ୍ୟର କରୋନା ଯୋଗୁଁ ଉପୁଜିଥିବା ସ୍ଥିତି ସମୀକ୍ଷା କରିବେ ନବୀନ । ସୂଚନା ଯୋଗ୍ୟ, ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢି ବଢି ୭୦୦ ପାର କରିଥିଲାବେଳେ , ଓମିକ୍ରନକୁ ଆକ୍ରାନ୍ତ ଙ୍କ ସଂଖ୍ୟା ୩୭ ରେ ପହଂଛିଚି Iନେଇ ମଧ୍ୟ ଭୟ ବଢ଼ିଛି । ତେଣୁ ବୈଠକରେ ସଂକ୍ରମଣ ରେ ସମ୍ଭାବ୍ୟ ସ୍ଥିତି ନେଇ ଆଲୋଚନା ହେବ ।

Comments (0)
Add Comment