ହକରଙ୍କୁ କୋଭିଡ୍ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ : ୭୩୦୦ ଆକାଉଣ୍ଟକୁ ଗଲା ୪.୩୮ କୋଟି ଟଙ୍କା

ଖବର କାଗଜ ସଂସ୍ଥା ଏବଂ ଜନସାଧାରଣ ଙ୍କ ମଧ୍ୟରେ ପ୍ରମୁଖ ସେତୁ ହୋଇଥାନ୍ତି ଖବରକାଗଜ ହକର ମାନେ I ପ୍ରତି ଦିନ ରାତି ନ ପାହୁଣୁ ଲୋକଙ୍କ ଦୁଆର ମୁହଁ ରେ ତାଜା ଖବର ପହଞ୍ଚାଇଥାନ୍ତି ହକର ମାନେ I ତେଣୁ ରାଜ୍ୟ ର ହକର ମାନଙ୍କୁ ତାଙ୍କର ହକ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସ୍ୱତନ୍ତ୍ର କୋଭିଡ୍ ସହାୟତା ପ୍ରଦାନ କରିଛନ୍ତି I ଏହା ସହିତ ସେମାନଙ୍କୁ ଅଣସଂଗଠିତ କ୍ଷେତ୍ର ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି।
ଏହି ସହାୟତା ଆଧାରରେ ରାଜ୍ୟର ୭୩୦୦ ହକରମାନଙ୍କର ଡିଜିଟାଲ ଡାଟା ବେସ୍ ପ୍ରସ୍ତୁତ କରାଯାଇ ପଞ୍ଜୀକୃତ କରାଯାଇଛି। ପ୍ରତ୍ୟେକ ପଞ୍ଜୀକୃତ ହକରଙ୍କୁ ୬୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଇଛି। ଏହା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୋଟ ୪ କୋଟି ୩୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।
ସେହିପରି ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ୨ ଲକ୍ଷ ଟଙ୍କା, ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ୧ ଲକ୍ଷ ଟଙ୍କା ଏବଂ ଦୁର୍ଘଟଣାରେ ସଂପୂର୍ଣ୍ଣ ଅକ୍ଷମ ହୋଇଥିବା ହକର ମାନଙ୍କ ପାଇଁ ମଧ୍ୟ ସହାୟତା ବ୍ୟବସ୍ଥା କରାଯାଇଛି।
ଏହା ସହିତ ଦୁର୍ଘଟଣାଜନିତ ସଂପନ୍ନ ଅକ୍ଷମତା ଯୋଗୁ ହକରମାନଙ୍କୁ ଦେଢ଼ ଲକ୍ଷ ଟଙ୍କା, ଉଭୟ ଅଙ୍ଗ ହରାଇଥିବା ହକର ମାନଙ୍କୁ ୮୦ ହଜାର ଓ ଗୋଟିଏ ଅଙ୍ଗ ହରାଇଥିବା ହକର ମାନଙ୍କୁ ୪୦ ହଜାର ଟଙ୍କା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

Comments (0)
Add Comment