ଓଡିଶାରେ ଚିହ୍ନଟ ହୋଇଛନ୍ତି ପ୍ରଥମ କରୋନା ଆକ୍ରାନ୍ତ । ଆକ୍ରାନ୍ତ ଜଣଙ୍କ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାଯାଇଛି। ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ। ଆକ୍ରାନ୍ତ ଜଣଙ୍କ ପୁରୁଷ ଥିବା ବେଳେ ଏବେ ସେ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ନାନା ରୋଗରେ ପୀଡ଼ିତ ଥିଲେ। ତେବେ ସ୍ବାସ୍ଥ୍ୟ ପରୀକ୍ଷା ବେଳେ ସେ କୋଭିଡ୍ ପଜିଟିଭ୍ ବାହାରିଛନ୍ତି। ଓଡିଶାକୁ କରୋନାର ନୂଆ ମାମଲା ସାମନାକୁ ଆସିବା ପରେ ରାଜ୍ୟବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ସ୍ଵାସ୍ଥ୍ୟ ବିଭାଗର ତତ୍ପରତା । ବ୍ୟସ୍ତ ନହେବାକୁ ସ୍ୱାସ୍ଥ୍ୟ ସଚିବଙ୍କ ପରାମର୍ଶ । ଆକ୍ରାନ୍ତଙ୍କ ଅବସ୍ଥା ବର୍ତ୍ତମାନ ଠିକ୍ ଅଛି । କରୋନା ନେଇ ବିଭାଗ ଆଲର୍ଟ ରହିଛି । ମାଇଲ୍ଡ ଷ୍ଟ୍ରେନ ତେଣୁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । କେନ୍ଦ୍ରରୁ ମାର୍ଗଦର୍ଶିକା ମିଳିଲେ ସେହି ଅନୁସାରେ କାମ ହେବ । ଏଯାଏଁ ଭାରତ ସରକାର କୌଣସି ମାର୍ଗଦର୍ଶିକା ଜାରି କରିନାହାନ୍ତି । କେବଳ ମନିଟର କରିବାକୁ ଆମକୁ କୁହାଯାଇଛି । ସରକାରଙ୍କ ନିର୍ଦ୍ଦେଶାନୁସାରେ କେବଳ ମନିଟରିଂ ଚାଲିଛି । କରୋନା ଆକ୍ରାନ୍ତ ଚିହ୍ନଟ ପରେ ବ୍ୟକ୍ତି ଜଣକ କ୍ଵାରେଣ୍ଟାଇନରେ ରହିଛନ୍ତି ।