ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦ ଆଇନର ଜାଲରେ ଛନ୍ଦି ହେଉଥିବା ଦେଖାଯାଉଛି। ବାସ୍ତବରେ ଅଭିନେତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯାଇଛି। ଏକ ଠକେଇ ମାମଲାରେ ତାଙ୍କ ବିରୋଧରେ ଲୁଧିଆନା କୋର୍ଟ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ସୂଚନା ଅନୁଯାୟୀ, ଲୁଧିଆନା ଓକିଲ ରାଜେଶ ଖାନ୍ନା ମୋହିତ ଶୁକ୍ଲା ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି, ଯେଉଁଥିରେ ସେ ନକଲି ରିଜିକା ମୁଦ୍ରାରେ ବିନିଯୋଗ କରିବାକୁ ପ୍ରଲୋଭିତ ହୋଇଥିବା ଅଭିଯୋଗ କରିଛନ୍ତି। ସାକ୍ଷ୍ୟ ପାଇଁ ସୋନୁ ସୁଦଙ୍କୁ କୋର୍ଟରେ ଡକାଯାଇଥିଲା। ତେବେ ଯେତେବେଳେ ସେ କୋର୍ଟରେ ହାଜର ହୋଇନଥିଲେ ସେତେବେଳେ ଜୁଡିସିଆଲ ମାଜିଷ୍ଟ୍ରେଟ ରମନପ୍ରୀତ କୌର ଏହି ଅଭିନେତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ। ଅଦାଲତ ଦ୍ଵାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ, ସୋନୁ ସୁଦଙ୍କୁ ଆଇନଗତ ସମନ କିମ୍ବା ୱାରେଣ୍ଟ କରାଯାଇଛି, କିନ୍ତୁ ସେ କୋର୍ଟରେ ହାଜର ହୋଇନାହାଁନ୍ତି। ସୋନୁ ସୁଦଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।” ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ନା ଅଭିନେତା କିମ୍ବା ତାଙ୍କ ଟିମ ଏହି ମାମଲା କିମ୍ବା ଗିରଫ ୱାରେଣ୍ଟ ସମ୍ପର୍କରେ କୌଣସି ବିବୃତ୍ତି ଦେଇନାହାଁନ୍ତି।