ଭୁବନେଶ୍ୱର:୩୧-୦୭-(ପି.ଏନ.ଏ) ପାରିବାରିକ ବିବାଦ ର କରୁଣ ପରିଣତି I ଆଗ ପଛ ହୋଇ ଚାଲିଗଲେ ସ୍ତ୍ରୀ ଓ ସ୍ୱାମୀ I ଅନାଥ ହୋଇଗଲେ ଦୁଇ ସ୍କୁଲ ପଢ଼ୁଆ ଛୁଆ I ଗତ ଜୁଲାଇ ୧୫ ତାରିଖରେ ରାଜଧାନୀର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ସିଦ୍ଧେଶ୍ଵରୀ ଆପାର୍ଟମେଣ୍ଟରେ ଘଟିଥିଲା ଏଇଭଳି ଏକ ଅଭାବନୀୟ ଘଟଣା I କୌଣସି ଘଟଣାକୁ ନେଇ ଜଣେ ମହିଳା ବେକରେ ରଶି ଲଗାଇ ଝୁଲିପଡ଼ିବା ପରେ ବାଥରୁମ ରେ ଥିବା ଏସିଡ୍ ପିଇ ଦେଇଥିବା ସ୍ୱାମୀଙ୍କର ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ରେ ମୃତ୍ୟୁ ଘଟିଛି I
ଘଟନାନୁସାରେ ଲକ୍ଷ୍ମୀ ସାଗର ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ଆପର୍ଟମେଣ୍ଟରେ ରହୁଥିଲେ ଲୁଗା ବ୍ୟବସାୟୀ ସଞ୍ଜୟ ପେରିୱଲ୍ ଓ ତାଙ୍କ ପତ୍ନୀ ସଞ୍ଜୁ। ବୁଦ୍ଧେଶ୍ୱର କଲୋନୀରେ ସଞ୍ଜୟଙ୍କର ଏକ ଲୁଗା ଦୋକାନ ଥିଲା। ତେବେ ଜୁଲାଇ ୧୫ ତାରିଖ ସକାଳେ ସଞ୍ଜୟ ଦୋକାନ ଯାଇଥିଲେ ଓ ପିଲାମାନେ ସ୍କୁଲ ଯାଇଥିବା ସମୟରେ ପତ୍ନୀ ସଂଜୁ ବେକରେ ଓଢଣୀ ଲଗାଇ ଫ୍ୟାନରେ ଝୁଲି ପଡ଼ିଥିଲେ । ଏହା ପରେ ଦିନ ପ୍ରାୟ ୧୧ଟା ବେଳେ ସେ ସଞ୍ଜୁଙ୍କୁ ଫୋନ୍ କରିଥିଲେ ସଞ୍ଜୟ। ମାତ୍ର ସେ ଫୋନ୍ ଉଠାଇ ନଥିଲେ। ଘରକୁ ଆସି ସ୍ୱାମୀ ଏହାଦେଖି ମାନସିକ ଭାରସାମ୍ୟ ହରାଇ ଏସିଡ ପିଇ ଦେଇ ଗୁରୁତର ହୋଇଥିଲେ I ତାଙ୍କୁ ପ୍ରଥମେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ଓ ପରେ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା I ଆଜି ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ସ୍ୱାମୀ ସଞ୍ଜୟ ପେରିୱାଲଙ୍କ ମୃତ୍ୟୁ ହୋଇଛି।