ଭୁବନେଶ୍ୱର ରୁ ଜବତ ହେଲା ୭ ଲକ୍ଷ ଟଙ୍କାର ଜାଲ ନୋଟ

ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରୁ ୭ଲକ୍ଷ ଟଙ୍କାର ନକଲି ନୋଟ୍‌ ଜବତ ହୋଇଛି । ଏହା ସହିତ ୨ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ୍‌ I ଡିସିପି ଉମାଶଙ୍କର ଦାଶ ଏନେଇ ସୂଚନା ଦେଇଛନ୍ତି ।
ସୂଚନାନୁସାରେ,କମିଶନରେଟ ପୋଲିସ ର ଗୁଇନ୍ଦା ସୂଚନା ଆଧାରରେ ଖାରବେଳନଗର ଥାନା ଅଞ୍ଚଳରେ ଚଢାଉ କରି ୭ ଲକ୍ଷ ଟଙ୍କା ହିସାବରେ ନକଲି ୨୦୦ ଟଙ୍କିଆ ନୋଟ ଜବତ କରିଛି I ଏହାସହିତ ନକଲି ନୋଟ କାରବାର ଅଭିଯୋଗରେ ଗଂଜାମ ଅଂଚଳ ର ସତ୍ୟ ନାରାୟଣ ପୃଷ୍ଟି ଓ ଭୋଲା ପ୍ରଧାନ ନାମକ ଦୁଇ ବ୍ୟକ୍ତି ଙ୍କୁ ଗିରଫ କରିଛି ପୋଲିସ । ସେମାନେ ଦୀର୍ଘ ଦୁଇ ବର୍ଷ ଧରି ଖାରବେଳ ନଗର ଥାନା ଅଂଚଳ ରେ ସତ୍ୟ ନାରାୟଣ କୋଚିଂ ସେଣ୍ଟର କରି ଏହି ନକଲି ନୋଟ କାରବାର ଚଳାଇ ଆସୁଥିଲେ I ତାଙ୍କୁ ଗିରଫ ସମୟରେ ଉକ୍ତ କୋଚିଂ ସେଣ୍ଟର ରୁ କଲର ପ୍ରିଣ୍ଟର ,କଲି ଏବଂ ଟଙ୍କା ଛପାଇବା ପେପର ଆଦି ଜବତ କରିଛି ପୋଲିସ I ଏହି ନକଲି ନୋଟ କବରର ଚେର ରାଜ୍ୟ ବାହାରକୁ ଯାଇଥାଇ ପାରେ ବୋଲି ପୋଲିସ ଅନୁମାନ କରୁଛି Iଅଧିକ ତଦନ୍ତ ପାଇଁ ସେମାନଙ୍କୁ ପଚରାଉଚରା ଜାରି ରହିଛି ।