ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶେଷ ହେଲା ମନ୍ତ୍ରୀ ପରିଷଦ ବୈଠକ : ଜୁଲାଇ ୨ରେ ବିଧାନସଭାରେ ହେବ ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆଜି ଅପରାହ୍ନ ୫ଟା ୩୦ ମିନିଟ ରେ ମନ୍ତ୍ରୀ ପରିଷଦ ବୈଠକଅନୁଷ୍ଠିତ ହୋଇ ଯାଇଛି । ନୂତନ ମନ୍ତ୍ରିମଣ୍ଡଳ ଗଠନ ହେବା ପରେ ଏହା ପ୍ରଥମ ମନ୍ତ୍ରିପରିଷଦ ବୈଠକ। ଏହି ବୈଠକରେ ସମସ୍ତ କ୍ୟାବିନେଟ୍‍, ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମନ୍ତ୍ରୀ ଯୋଗ ଦେଇଥିଲେ । ଆଜି ମନ୍ତ୍ରୀ ପରିଷଦ ବୈଠକରେ ପୂର୍ଣ୍ଣକାଳୀନ ବଜେଟକୁ ମଞ୍ଜୁରୀ ମିଳିଛି । ସେହିପରି ନୂଆ ମନ୍ତ୍ରିମଣ୍ଡଳର ଏହା ପ୍ରଥମ ବୈଠକ ହୋଇଥିବାରୁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି I
ତେବେ ବଜେଟରେ ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଓ ଭିତ୍ତିଭୂମି ନିର୍ମାଣ ଉପରେ ପୂର୍ଣ୍ଣାଙ୍ଗ ବଜେଟକୁ ଗୁରୁତ୍ୱ ଦିଆଯାଇଥିଲା । ଏହି ବଜେଟର ଆକାର ୨ ଲକ୍ଷ କୋଟିରୁ ଅଧିକ ରହିଥିଲା । ଆସନ୍ତା ମାସ ୨ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଏହି ପୂର୍ଣ୍ଣାଙ୍ଗ ବଜେଟକୁ ବିଧାନସଭାରେ ଉପସ୍ଥାପିତ କରିବେ । ଗତ ୨୦୧୯ ନିର୍ବାଚନର ପ୍ରତିଶ୍ରୁତିକୁ ଦୃଷ୍ଟିରେ ରଖି ମନ୍ତ୍ରୀ ପରିଷଦ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀଙ୍କୁ ବିକାଶର ଏଜେଣ୍ଡା ନେଇ କାମ କରିବାକୁ ଗୁରୁମନ୍ତ୍ର ଦେଇଥିଲେ ।