ବିନା ପ୍ରେସକ୍ରିପସନରେ ବିକ୍ରି ହେବନି କଫ୍ ସିରପ୍, ନିୟମ କଡ଼ାକଡ଼ି କଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ଏଣିକି ଡାକ୍ତରଙ୍କ ବିନା ପ୍ରେସକ୍ରିପସନରେ ବଜାରରେ କଫ୍ ସିରପ୍ ବିକ୍ରି ହୋଇପାରିବ ନାହିଁ। କଫ୍ ସିରପ୍‌କୁ କେତେକ ବ୍ୟକ୍ତି ନିଶା ଭାବେ ବ୍ୟବହାର କରୁଥିବାରୁ ଏହାର ଅପବ୍ୟବହାର ରୋକିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କଟକଣା ଜାରି କରାଯାଇଛି। ଏଥିପାଇଁ ‘ଡ୍ରଗ୍ସ ରୁଲ୍ସ-୧୯୪୫’ରେ ଆବଶ୍ୟକ ସଂଶୋଧନ କରାଯାଇଛି। ନୂଆ ନିୟମ ଅନୁଯାୟୀ, ସିରପ୍ ଜାତୀୟ ଔଷଧ ଆଉ OTC (ଓଭର ଦି କାଉଣ୍ଟର) ବା ମନଇଚ୍ଛା କିଣାବିକା ଶ୍ରେଣୀରେ ରହିବ ନାହିଁ। ୨୦୨୬ ଜୁନ୍ ୯ ତାରିଖରେ ଏହି ନୂଆ ନିୟମ ସମ୍ପର୍କିତ ଅଧିସୂଚନା ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ନିକଟରେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଫ୍ ସିରପ୍ ସେବନ ଯୋଗୁଁ ଶିଶୁମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

Cough syrup will not be sold without prescription