‘ଆଜାଦି କା ଅମୃତ ମହୋତ୍ସବ’ ଅବସରରେ ମାଗଣାରେ ଦିଆଯିବ କରୋନା ର ବୁଷ୍ଟର ଡୋଜ : ଜୁଲାଇ ୧୫ ରୁ ଆରମ୍ଭ

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି I ଦେଶରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଟିକାକରଣକୁ ନେଇ ଏକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର I ୧୮ ରୁ ଅଧିକ ବୟସ ବର୍ଗଙ୍କୁ ଏଣିକି ମାଗଣାରେ ମିଳିବ ବୁଷ୍ଟର ଡୋଜ୍‍। ଏହା ଚଳିତ ଜୁଲାଇ ୧୫ରୁ ଆରମ୍ଭ ହେବ । ଏଥିପାଇଁ ଲୋକମାନଙ୍କୁ ଆଉ ଟଙ୍କା ଦେବାକୁ ପଡିବ ନାହିଁ ବୋଲି ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଆଜାଦୀ କି ଅମୃତ ମହୋତ୍ସବ ଅଭିଯାନ ଅଧୀନରେ ଲୋକଙ୍କୁ ମାଗଣାରେ କରୋନା ବିରୋଧୀ ପ୍ରିକସନ ବା ବୁଷ୍ଟର ଡୋଜ ଦିଆଯିବ। ସମସ୍ତ ସରକାରୀ ଟିକା କେନ୍ଦ୍ରରେ ମାଗଣାରେ ମିଳିବ ପ୍ରତିଷେଧକ ଟିକା। ବୁଷ୍ଟର ଡୋଜ୍‌ ପାଇଁ ଜୁଲାଇ ୧୫ ରୁ ୭୫ ଦିନର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ। ଦେଶରେ ୧୮-୫୯ ବର୍ଷ ବୟସର ୭୭ କୋଟି ଲୋକଙ୍କୁ ଏହି ପାନ ଦିଆଯିବ। ଏମାନଙ୍କ ମଧ୍ୟରୁ ଏକ ପ୍ରତିଶତରୁ କମ୍ ଲୋକଙ୍କୁ ଏ ପର୍ଯ୍ୟନ୍ତ ଏହି ଡୋଜ ଦିଆଯାଇଛି।

ସୂଚାନIଥାଉ କି କରୋନା ଟିକାର ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପରେ ଜଣେ ବ୍ୟକ୍ତି ପ୍ରିକସନ ଡୋଜ୍ ନେବାକୁ ଯୋଗ୍ୟତା ଅର୍ଜନ କରୁଥିଲେ। ହେଲେ କେନ୍ଦ୍ର ସରକାର ଏହାକୁ କୋହଳ କରିଛନ୍ତି। ଏଣିକି ୧୮ ବର୍ଷରୁ ଅଧିକ ବୟସ୍କମାନେ ଦ୍ୱିତୀୟ ଡୋଜ୍ ନେବାର ୬ ମାସ ପରେ ବୁଷ୍ଟର ଡୋଜ ନେଇପାରିବେ। ସେହି ଅନୁସାରେ ୬୦ ବର୍ଷରୁ ଅଧିକ ବୟସର ୧୬୦ କୋଟି ଯୋଗ୍ୟ ଜନସଂଖ୍ୟାର ପ୍ରାୟ ୨୬ ପ୍ରତିଶତ ସ୍ୱାସ୍ଥ୍ୟସେବା ଏବଂ ଆଗଧାଡିର କରୋନା ଯୋଦ୍ଧା ବୁଷ୍ଟର ଡୋଜ ପାଇଛନ୍ତି ବୋଲି ଏକ ସରକାରୀ ସୂତ୍ରରୁ ସୂଚନା ମିଳିଛି।