ପାନ ଦୋକାନ ଫ୍ରିଜ ରୁ ମିଳିଲା କରୋନା ଟୀକା : କଳାବଜାରୀ କୁ ନେଇ ଉଠିଲା ପ୍ରଶ୍ନ

ପୁରୀରେ ଥିବା ଏକ ପାନ ଦୋକାନ ଫ୍ରିଜ ଭିତରେ କରୋନା ଟୀକା ରଖାଯାଇଥିବା ଖବର ମିଳିଛି । କୋଭିଡ ମହାମାରୀ ସଂକ୍ରମଣ ଦୃଷ୍ଟିରୁ ଦେଶରେ ବର୍ତମାନ ଟୀକାକରଣ କୁ ଜୋରଦାର କରାଯାଇଛି I କେନ୍ଦ୍ରସରକାର ଙ୍କ ‘ହର ଘର ଟୀକା’ ଅଭିଯାନ କ୍ରମେ ରାଜ୍ୟରେ ଏବେ ଘରକୁ ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଓ ଟୀକା ଦାତାମାନେ ଟୀକା ଦେବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି I ସେହି ଅନୁସାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ କୋଭିଡ ଟୀକା କେବଳ ସରକାରୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ଚିକିତ୍ସାଳୟରେ ଉପଲବ୍ଧ ରହିପାରିବ। କିନ୍ତୁ ପୁରୀ ସହରରେ ଏହି ବ୍ୟତିକ୍ରମ ଦେଖି ଟୀକା କଳାବଜାରୀ ହେଉଥିବା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି। ପୂର୍ବରୁ କୋଭିଡ଼ ଟୀକାର କଳାବଜାରୀ ସମ୍ପର୍କରେ ସୂଚନା ମିଳିଥିଲେ ମଧ୍ୟ ସଠିକ ପ୍ରମାଣ ମିଳିନଥିଲା। ଏବେ ପାନ ଦୋକାନରେ ଏହି କୋଭିଡ଼ ଟୀକା କିଭଳି ବାହାରିଲା ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସହରରେ ଏବେବି ଅନେକ ଲୋକ ଟୀକାରୁ ବଞ୍ଚିତ ଥିବାବେଳେ ସେମାନଙ୍କୁ ଟୀକା ଦାନ ନକରାଯାଇ ଏହା ପାନ ଦୋକାନରେ କିଭଳି ବିକ୍ରି ହେଉଛି ସେନେଇ ବଡ ପ୍ରଶ୍ନ ଉଠିଛି। ସେପଟେ ଏହି ଘଟଣାର ଉପଯୁକ୍ତ ତଦନ୍ତ ହେବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି I

Comments (0)
Add Comment