ବିମାନ ଯାତ୍ରୀଙ୍କୁ କରୋନା : ଚଢିବାବେଳେ ସୁସ୍ଥ,ଓହ୍ଲାଇବା ପରେ ହେଲେ ସଂକ୍ରମିତ !

ପଞ୍ଜାବର ଅମୃତସରରେ ପହଞ୍ଚିଥିବା ଇଟାଲୀର YU_661 ବିମାନରେ ହୋଇଛି କରୋନା ବିସ୍ଫୋରଣ I ବୁଧବାର ଦିନ ୧ .୩୦ ସମୟରେ ଇଟାଲିରୁ ଅମୃତସର ଆସି ପହଁଚିଥିବା ଏହି ବିମାନରେ ଘଟିଛି ଏଇଭଳି ଘଟଣା I ମୋଟ ୧୭୯ ଯାତ୍ରୀ ଙ୍କୁ ନେଇ ଉଡାଣ ଭରିଥିବା ଉକ୍ତ ବିମାନଟି ଅମୃତସର ରେ ଅବତରଣ କରିବାପରେ ସେଥିରୁ ୧୨୫ ଜଣ ଯାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଦେଶରେ ଏବେ ଆହୁରି ଚିନ୍ତା ବଢିଯାଇଛି ।
ତେବେ ବିମାନରେ ଆସୁଥିବା ଯାତ୍ରୀଙ୍କ ମଧ୍ୟରୁ ୧୬୦ ଜଣ ଆରଟିପିସିଆର ଟେଷ୍ଟ କରିଥିଲେ । ବଳକା ୧୯ ଜଣ କିଶୋର ଥିବାରୁ ସେମାନଙ୍କର ଆରଟିପିସିଆର ଟେଷ୍ଟ ହୋଇନଥିଲା । ହେଲେ ଅମୃତସରରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କର କୋଭିଡ ଟେଷ୍ଟ ହେବା ପରେ ସେଥିରୁ ୧୨୫ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି ।
ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଯାତ୍ରା ଆରମ୍ଭରୁ ଆରଟିପିସିଆର ରିପୋର୍ଟ ନେଗେଟଭ ଥିଲା ତେବେ ଓହ୍ଲାଇବା ପରେ ରିପୋର୍ଟ ପଜିଟିଭ ହେଲା କେମିତି । ନା ଆରଟିପିସିଆର ରିପୋର୍ଟ ଭୁଲ ଥିଲା । ଏନେଇ ଏବେ ତଦନ୍ତ ଚାଲିଛି । ତେବେ ପୂର୍ବ ଥର ଭଳି ଏ ଥର ମଧ୍ୟ ଇଟାଲୀକୁ ରିସ୍କ ଦେଶ ବୋଲି ଘୋଷଣା କରିଛି ସ୍ୱାସ୍ଥ୍ୟମନ୍ତ୍ରଣାଳୟ।

Comments (0)
Add Comment