କ୍ୟାପିଟାଲ୍ ହସ୍‌ପିଟାଲ୍‌ କୁ ବ୍ୟାପିଲା କରୋନା, ଜଣେ ଡାକ୍ତରଙ୍କ ସମେତ ଦୁଇ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ସଂକ୍ରମିତ

ନୂଆବର୍ଷ ଠାରୁ ରାଜ୍ୟରେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇଛି I ଗତ ସପ୍ତାହ ତୁଳନାରେ ଏ ସପ୍ତାହ ର ଦୈନିକ ସଂକ୍ରମଣ ହାର ଭୟାନକ ଭାବରେ ବଢି ଚାଲିଛି I ସେହିପରି ଆଜି ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍‌ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସମେତ ୩ ଜଣ କରୋନା ପଜିଟିଭ୍ ଜଣେ ମ୍ୟାନେଜର ଏବଂ ଜଣେ ଫାର୍ମାସିଷ୍ଟ ଙ୍କୁ ମିଶାଇ ମୋଟ ୩ ଜଣ ସଂକ୍ରମିତ ହୋଇଛନ୍ତି I ଚିହ୍ନଟ ହେବାପରେ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଥିବା ନେଇ କ୍ୟାପିଟାଲ୍ ହସ୍‌ପିଟାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସେହିପରି ଆଜି (ଗୁରୁବାର) ସକାଳ ସୁଦ୍ଧା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଧୀନରେ ଥିବା ଏକାଧିକ ଅଞ୍ଚଳରେ କରୋନା କରୋନା ସଂକ୍ରମିତ ଚିହ୍ନଟ ହେବାରୁ ସମୁଦାୟ ୯ ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ନୟାପଲ୍ଲୀ ଓ ଭୀମପୁରର ଗୋଟିଏ ଲେଖାଏଁ ସ୍ଥାନ ଏବଂ ଶ୍ରୀକ୍ଷେତ୍ର ବିହାରରେ ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। କେବଳ କାଲି ଠାରୁ ଆଜି ଭିତରେ ବିଏମ୍‌ସିରେ ୧୯ ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ୍ ଘୋଷିତ ହୋଇଛି।

Comments (0)
Add Comment