କରୋନା କଟକଣା: ନିରାଡ଼ମ୍ବର ଭାବରେ ପାଳିତ ହେବ କମିଶନରେଟ ପୋଲିସ ର ୧୫ ତମ ବାର୍ଷିକଉତ୍ସବ

ଆଜିକୁ ଠିକ ୧୪ ବର୍ଷ ତଳେ ଗଠିତ ହୋଇଥିଲା କମିଶନରେଟ୍‌ ପୋଲିସ୍ ବ୍ୟବସ୍ଥା I କଟକ ଓ ଭୁବନେଶ୍ୱରର ଆଇନଶୃଙ୍ଖଳା ବ୍ୟବସ୍ଥା ସଜାଡ଼ିବା ପାଇଁ୨୦୦୮ ଜାନୁଆରୀ ୧ରେ ଆରମ୍ଭ କରାଯାଇଥିଲା I ଆଜି ୨୦୨୨ ଜାନୁଆରୀରେ ୧ କୁ ଏହା ରେ ୧୪ ବର୍ଷ ପୂରି ଏବେ ୧୫ ବର୍ଷରେ ପଦାର୍ପଣ କରିବ I ତେବେ କରୋନା ପାଇଁ ରାଜ୍ୟରେ ଲାଗୁ କରାଯାଇଥିବା କଟକଣା ଯାଗୁଁ ଏଥର ନିରାଡ଼ମ୍ବରଭାବରେ ଏହି ବାର୍ଷିକଉତ୍ସବ ପାଳନ କରାଯାଉଛି I

କମିଶନରେଟ ପୋଲିସ ଗଠିତ ହେବ ଦିନ ଠାରୁ ଜନସାଧାରଣଙ୍କୁ ନିରବଛିନ୍ନ ଭାବରେ ତାର ୧୫ ବର୍ଷର ସେବା ଯୋଗାଇ ଆସିଛି I ଏହି ୧୫ ବର୍ଷର ସମୟ ମଧ୍ୟରେ ବିଭିନ୍ନ ସହାୟତା ଆପ୍‌, ବରିଷ୍ଠ ନାଗରିକ ସେଲ୍‌, ବସ୍ତିକୁ ଚାଲ, ବସ୍ତି ମିତ୍ର, ମଧ୍ୟମ ଭଳି ଅନେକ ସେବା ଉପଲବ୍ଧ ହୋଇଛି । ଅପରାଧୀଙ୍କୁ ସାବାଡ୍‌ କରିବା କରିବା ପାଇଁ ସ୍ପେଶାଲ ସ୍କ୍ୱାଡ୍‌ ଓ କୁଇକ୍‌ ଆକ୍ସନ୍‌ ଟିମ୍‌ ନିୟୋଜିତ କରାଯାଇଛି । ଏବେ ଯୋଡ଼ି ହେବାକୁ ଯାଉଛି ସ୍ୱତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ସହିତ ଆଉ ୧୨ଟି ଥାନା।ମାଜିଷ୍ଟ୍ରେଟ୍‌ କ୍ଷମତା ମଧ୍ୟ ପାଇଥିବା କମିଶନରେଟ ପୋଲିସ ଅଧୀନରେ ବର୍ତ୍ତମାନ ୫୨ଟି ଥାନା ରହିଛି । କମିଶନରେଟ ପୋଲିସ ଅନ୍ତର୍ଗତ ରହିଥିବା ଅଂଚଳ ର ଜନ ସାଧାରଣ ଙ୍କୁ ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇ ‘ଉଇ କେୟାର ଉଇ ଡେୟାର’ ଅର୍ଥାତ ‘ଆମେ ସାହସୀ ଆମେ ଯତ୍ନବାନ’ ବୋଲି କମିଶନରେଟ୍‌ ପୋଲିସ୍‌ ନିଜ ପରିଚୟ ରଖିଥିଲା । କମିଶନରେଟ୍‌ ପୋଲିସ୍‌ ମୁଖ୍ୟାଳୟ ନାମ ବଦଳି ଏବେ ‘ପୋଲିସ ସେବା ଭବନ ହୋଇଛି ।

Comments (0)
Add Comment