ପୁଣି ଫେରୁଛି କରୋନା,ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ପରାମର୍ଶ

ପୁଣି କରୋନା କହର ଦେଖାଇବ I ଚାଇନା ସମେତ ହଂକଂ ସିଙ୍ଗାପୁର ଭଳି ଦେଶରେ ନିଜର ପ୍ରକୋପ ଦେଖାଇବା ଆରମ୍ଭ କଲାଣି I ବଢୁଥିବା ସଂକ୍ରମଣ କୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ଅଧ୍ୟକ୍ଷତାରେ ବୁଧୁବାର ଦିନ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଏଥିରେ ସମସ୍ତ ଅଧିକାରୀଙ୍କୁ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏହାସହିତ କୋଭିଡ୍ ମାମଲା ବୃଦ୍ଧି ନେଇ ସତର୍କ ରହିବା, ବ୍ୟାପକ ପର୍ଯ୍ୟବେକ୍ଷଣ କରିବା ଓ ବ୍ୟାପକ ଜିନୋମ୍ ସିକ୍ୱେନ୍ସିଂ କରିବା ଉପରେ ବିଶେଷ ଧ୍ୟାନ ଦେବାକୁ କହିଥିଲେ । ସେହିପରି ମାର୍ଚ୍ଚ ୨୭ରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ସମ୍ପର୍କରେ ସମୀକ୍ଷା କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ବର୍ତ୍ତମାନ ଚୀନରେ ଓମିକ୍ରନର ବିଏ.୨ ଭ୍ୟାରିଆଂଟ ଜନିତ ସଂକ୍ରମଣ ବଢିବା ସହ ଦକ୍ଷିଣ କୋରିଆ, ଜର୍ମାନୀ, ପଶ୍ଚିମ ୟୁରୋପ ଓ ଆମେରିକାରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଥିବା ଜଣାପଡ଼ିଛି । ଦକ୍ଷିଣ କୋରିଆରେ ଏବେ ଦୈନିକ ସଂକ୍ରମଣ ୪ ଲକ୍ଷ ଉପରେ ରହିଛି । ଗତ ସପ୍ତାହେ ଭିତରେ କେତେକ ଦେଶରେ ତଳମୁହାଁ ସଂକ୍ରମଣର ଗ୍ରାଫ୍ ପୁଣି ଉପରମୁହାଁ ହେବାରେ ଲାଗିଛି । କିନ୍ତୁ ବର୍ତ୍ତମାନ ଦେଶରେ ତଥା ଆମ ରାଜ୍ୟରେ କରୋନା ସ୍ଥିତି ଆୟତ୍ତରେ ରହିଥିବାରୁ ଧୀରେ ଧୀରେ ସ୍କୁଲ କଲେଜ ଖୋଲିବା ଆରମ୍ଭ କଲାଣି ଇ ତେବେ ବର୍ତ୍ତମାନ କରୋନା ର ଲେଉଟାଣି କୁ ନେଇ ପୁଣି ଆଶଙ୍କା ବଢ଼ିଲାଣି I